ଇଫକୋ ପାରାଦୀପ ଆରମ୍ଭ କଲା ଜିପସମ୍ ରପ୍ତାନୀ, ପ୍ରଥମ ପର୍ଯ୍ୟାୟରେ ଗୁଜରାଟ ବନ୍ଦରକୁ ଗଲା ଜିପସମ୍

1,086

କନକ ବ୍ୟୁରୋ : ଦେଶର ପ୍ରମୁଖ ଷ୍ଟିଭେଡୋରିଂ କମ୍ପାନୀ ଓଡ଼ିଶା ଷ୍ଟିଭେଡୋର୍ସ ଲିମଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ପାରାଦୀପ ବନ୍ଦରରୁ ଜିପସମର ସର୍ବପ୍ରଥମ ଘରୋଇ ରପ୍ତାନିର ପରିଚାଳନା କରାଯାଇଛି । ଅଲ୍ଟ୍ରାଟେକ ସିମେଣ୍ଟ ଏହି ରପ୍ତାନି କରାଯାଇଥିବା ଜିପସମକୁ ଗୁଜରାଟର ପିପଭବ ବନ୍ଦରରେ ଗ୍ରହଣ କରିବ ।

ଘରୋଇ (ଦେଶ ଭିତରେ) ହୋଇଥିବା ଏହି ରପ୍ତାନିର ସମ୍ପୂର୍ଣ୍ଣ ପରିଚାଳନାକୁ ଭାରତର ଶ୍ରେଷ୍ଠ ୧୦ ଷ୍ଟିଭେଡୋରିଂ କମ୍ପାନୀ ମଧ୍ୟରେ ନିଜ ନାମକୁ ସ୍ଥାନିତ କରିଥିବା ଅଭିଜ୍ଞ ଓଏସଏଲ ପକ୍ଷରୁ ନିରୀକ୍ଷଣ ଓ ପରିଚାଳନା କରାଯାଇଥିଲା ।

ଅଗ୍ରଣୀ ସାର କମ୍ପାନୀ ଇଫକୋର ରିଭରିନ୍ ଜେଟ୍ଟି ଯାହା ପାରାଦୀପର ମହାନଦୀରେ ଅବସ୍ତିତ, ସେଠାରୁ ପଣ୍ୟକୁ ପ୍ରଥମେ ବାର୍ଜ ଜରିଆରେ ପାରାଦୀପ ବନ୍ଦର ପରିସରକୁ ଅଣାଯିବା ସହ ବାର୍ଜରୁ ତାହାକୁ ଅନଲୋଡ୍ କରାଯାଇଥିଲା ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ)ଙ୍କ ମୁଖ୍ୟ ବର୍ଥକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଏମଭି ପାରାନାସୋସ୍ ନାମକ ଏକ ବୃହତ ଜାହାଜରେ ଭର୍ତି କରାଯାଇଥିଲା ।

ଓଡ଼ିଶାରେ ଏକ ଶତାବ୍ଦି ମଧ୍ୟରେ ରିଭରିନ୍ ପରିଚାଳନାର ପୁନର୍ବିକାଶ କରି ଓଏସ୍‌ଏଲ୍ ଏହି ସ୍ୱତନ୍ତ୍ର ଉପଲବ୍ଧି ହାସଲ କରିଛି । ପରିବହନର ଏକ ସମ୍ଭାବ୍ୟ ମାଧ୍ୟମ ଭାବେ ଜଳପଥକୁ ବ୍ୟବହାର କରିବାର ସମ୍ଭାବନାକୁ ଏହା ପ୍ରମାଣିତ କରିଛି ।

ଏହି ଅବସରରେ ପିପିଏ ଅଧ୍ୟକ୍ଷ ଶ୍ରୀ ପି ଏଲ୍ ହରନାଦ, ଇଫକୋର ନିର୍ଦେଶକ ଶ୍ରୀ କେ ଜେ ପଟେଲ୍ ଏବଂ ଇଫକୋ, ପିପିଏ ଓ ଓଏସଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପଣ୍ୟ ପରିବହନର ନୂତନ ଦିଗନ୍ତକୁ ଦେଖିଥିଲେ ।

ଓଏସଏଲ୍ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ମହିମାନନ୍ଦ ମିଶ୍ର କହିଛନ୍ତି ଯେ, “ମଲ୍ଟି-ମୋଡାଲ୍ ପିବହନ ବ୍ୟବସ୍ଥାକୁ ବ୍ୟବହାର କରି ପରିବହନ କ୍ଷେତ୍ରରେ ଏକ ନୂଆ ଦିଗନ୍ତର ଶୁଭାରମ୍ଭ ହୋଇଛି ଏବଂ ଏହି ବ୍ୟବସ୍ଥାରେ ଓଏସ୍‌ଏଲ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ମୋତେ ଆନନ୍ଦିତ କରିଛି ଓ ସମଗ୍ର ଓଏସଏଲ୍ ଟିମ୍ ପାଇଁ ଏହା ସ୍ୱପ୍ନ ସାକାର ହେବା ସଦୃଶ ।’’

ଶ୍ରୀ ମିଶ୍ର କହିଛନ୍ତି ଯେ ସ୍ୱଳ୍ପ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ଏହି ପରିବହନ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ବିବିଧ ଉପାୟରେ ସୁଦୃଢ଼ କରିବ ଏବଂ ଆମ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିବ ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସଏଲ୍‌) ବନ୍ଦର ସହର ପାରାଦୀପରେ ଏକ ରିଭରିନ୍ ଜେଟି ବିକାଶ କରିଛି । ଓଏସଏଲ୍ ଗ୍ରୁପ୍ ଦ୍ୱାରା ବିକାଶ ହୋଇଥିବା ଏହା ଓଡ଼ିଶାର ପ୍ରଥମ ରିଭରିନ୍ ଜେଟି ।