କେତେ କରିଛ ବିକାଶ ? ଗାଁ ଦାଣ୍ଡରେ ନେତାଙ୍କୁ ଜନତା ମାଗିଲେ ଜବାବ, ଭୋଟ ମାଗିବାକୁ ଯାଇ ରାତି ଅଧରେ ହଟହଟା ହେଲେ ନବରଙ୍ଗପୁର ସାଂସଦ ଓ ବିଧାୟକ

37

କନକ ବ୍ୟୁରୋ : ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବାରୁ ହଟହଟା ହେଲେ ନବରଙ୍ଗପୁର ସାଂସଦ ଓ ଉମରକୋଟ ବିଧାୟକ । ପୌର ନିର୍ବାଚନ ପାଇଁ ଉମରକୋଟ ନିକଟସ୍ଥ ଏକ ଗାଁକୁ ଯାଇଥିବାବେଳେ ଦୁଇ ନେତା ଜନତାଙ୍କ ପ୍ରଶ୍ନବାଣର ଶିକାର ହୋଇଛନ୍ତି । ନିର୍ବାଚନ ସରିବା ପରେ ଚାରି ବର୍ଷ ଭିତରେ ପ୍ରତିଶ୍ରୁତି ପୂରଣ ପାଇଁ କଣ କରିଛନ୍ତି ତାର ହିସାବ ମାଗିଛନ୍ତି ଜନତା ।

nabarangpur 1ଜନତାଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ବିଧାୟକ ଓ ସାଂସଦ । ଗୁରୁବାର ରାତିରେ ଏଭଳି ହଟହଟା ହୋଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଉମରକୋଟ ବିଧାୟକ ସୁବାସ ଗଣ୍ଡ । ଉମରକୋଟ ନିକଟସ୍ଥ ଏକ ଗାଁକୁ ଭୋଟ ମାଗିବାକୁ ଯାଇଥିବାବେଳେ ସୃଷ୍ଟି ହୋଇଥିଲା ଏଭଳି ପରିସ୍ଥିତି । ଲୋକେ ଘେରି ଯାଇଥିଲେ ଏବଂ ପ୍ରଶ୍ନ କରିଥିଲେ କାହିଁକି ସେମାନେ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୁରଣ କରି ନାହାଁନ୍ତି । ଲୋକଙ୍କ ଏଭଳି ପ୍ରଶ୍ନ ବାଣରେ ହଡବଡେଇ ଯାଇଥିଲେ ସାଂସଦ ଓ ବିଧାୟକ । ଲୋକେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଚାଲିଥିଲେ କାହିଁକି ଗାଁକୁ ରାସ୍ତାଟିଏ ହୋଇ ପାରିଲା ନାହିଁ, କାହିଁକି ପ୍ରତିଶ୍ରୁତି ସତ୍ତେ୍ୱ ପାନୀୟ ଜଳର ବ୍ୟବସ୍ଥା କଲେ ନାହିଁ । ଏହିଭଳି ଭାବେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୋଟି ଗୋଟି ହିସାବ ମାଗିଥିଲେ ଜନତା ।

nabarangpur2ରାତି ଅଧରେ ଖୋଲା ଆକାଶ ତଳେ ବସିଛି ଜନତା ଦରବାର । ପୂର୍ବରୁ ଲୋକଙ୍କୁ ବଡ ବଡ ଭାଷଣ ଦେଇ ଭୋଟ ହାତେଇଥିବା ନେତାଙ୍କୁ ଜନତା ମାଗୁଛନ୍ତି ଜବାବ । କୁଆଡେ ଗଲା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି । ଏଭଳି ବିଭିନ୍ନ ପ୍ରଶ୍ନବାଣରେ ନେତାଙ୍କୁ ଘେରିଛନ୍ତି ଜନତା । ଆଉ ଜନତାଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ନେତା । ମାଗିଛନ୍ତି ନିଜ ଭୋଟର ହିସାବ ।

nabarangpur 3ପାଖେଇ ଆସୁଛି ପୋ÷ର ନିର୍ବାଚନ । ଏଭଳି ସମୟରେ ଭୋଟରଙ୍କୁ ମନେଇବାକୁ ଯାଇ ଓଲଟା ଆକ୍ରୋଶର ଶିକାର ହେବାକୁ ପଡିଲା ନବରଙ୍ଗପୁରର ଏହି ଦୁଇ ନେତାଙ୍କୁ । ଶେଷରେ ଲୋକଙ୍କୁ ବୁଝେଇବାକୁ ଯାଇ ସାଂସଦ କହିଥିଲେ ସେ ଭୋଟ୍ ମାଗିବାକୁ ଆସିନାହାଁନ୍ତି । ତାଙ୍କୁ ଭୋଟ ନଦିଅନ୍ତୁ, ସେଥିରେ ତାଙ୍କର ଆପତ୍ତି ନାହିଁ । ସେ କେବଳ ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବାକୁ ଆସିଛନ୍ତି । କିନ୍ତୁ ଜନତାଙ୍କ କଡା ଜବାବ ବୋଧେ ଏମାନଙ୍କୁ ବେଶ୍ ବାଧିଛି । ଶେଷରେ ଆସନ୍ତା ଚାରି ମାସ ଭିତରେ ଗାଁରେ ଥିବା ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇ ସେ ସ୍ଥାନ ଛାଡି ଚାଲି ଯାଇଥିଲେ ସାଂସଦ ଓ ବିଧାୟକ ।