ଆସାମକୁ ଭାରତରୁ ଅଲଗା କରିବାକୁ ଚଳାଇଛନ୍ତି ଉଗ୍ରବାଦୀ ସଂଗଠନ, ଜାଣନ୍ତୁ ଆସାମ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଅତିଥି ଭାବେ କରିଛନ୍ତି ନିମନ୍ତ୍ରଣ

143

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ଉଗ୍ରବାଦୀ ସଂଗଠନ ୟୁଏଲଏଫଏ (ସ୍ୱତନ୍ତ୍ର) ର କମାଣ୍ଡର ପରେଶ ବରୁଆଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି । ଏନେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ୟୁଏଲଏଫଏ ମୁଖ୍ୟ ବଦଳୁଥିବା ଆସାମକୁ ଦେଖିବା ଦରକାର । ହିମନ୍ତ ବିଶ୍ୱଶର୍ମା ୟୁଏଲଏଫଏ ମୁଖ୍ୟ ପରେଶ ବରୁଆଙ୍କୁ ଦଶବର୍ଷ ମଧ୍ୟରେ ଆସାମରେ ହୋଇଥିବା ପରିବର୍ତ୍ତନ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି ।

ୟୁଏଲଏଫ (ସ୍ୱତନ୍ତ୍ର) ଉଗ୍ରବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଉଗ୍ରବାଦୀ ସଂଗଠନ ଆସାମକୁ ଭାରତରୁ ଅଲଗା କରି ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିବାକୁ ଦାବି କରିଆସୁଛି । ୟୁଏଲଏଫଏ କମାଣ୍ଡର ଥିବା ପରେଶ ବରୁଆ ୟୁଏଲଏଫଏର ଜଣେ କମାଣ୍ଡର ସହ ଜଣେ ପ୍ରମୁଖ ଚେହେରା ।

ପରେଶ ବରୁଆଙ୍କ ନେତୃତ୍ୱରେ ଏହି ଉଗ୍ରବାଦୀ ସଂଗଠନ ଅନେକ ହିଂସା କରିଛି । କିଛିବର୍ଷ ପୂର୍ବରୁ ଏହି ସଂଗଠନ ଭାରତର ପ୍ରସିଦ୍ଧ ପେଟ୍ରୋଲିୟମ କମ୍ପାନୀ ଓଏନଜିସିର ୩ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଥିଲା । ଏଭଳି କିଛି ଦେଶବିରୋଧୀ କାମ ସାମ୍ନାକୁ ଆସିବା ପରେ ଭାରତ ସରକାର ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଏସବୁ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉଗ୍ରବାଦୀ ସଂଗଠନ ପରେଶ ବରୁଆଙ୍କୁ ଆସାମରେ ହୋଇଥିବା ପରିବର୍ତ୍ତନର ସାକ୍ଷୀ କରିବାକୁ ଆସାମରେ ଗୋଟିଏ ସପ୍ତାହ ରହିବାକୁ ପରାମର୍ଶ ଦେଇଛନ୍ତି । ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ପରେଶ ବରୁଆ ଜଣେ ବିଜ୍ଞ ଲୋକ । ତେଣୁ ସେ ମୋ ନିମନ୍ତ୍ରଣ ରକ୍ଷା କରି କେବେ ବି ଆସାମ ଆସିବେ ନାହିଁ । ହେଲେ ସେ ଭାରତରୁ ଅଲଗା ହୋଇ ଯେଉଁ ଆସାମ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ତାହା ଏବେ ସେ ଆସାମର ପରିବର୍ତ୍ତନ ଦେଖିଲେ ଭୁଲିଯିବେ ।