ଯୁଦ୍ଧ ଭିତରେ ୟୁକ୍ରେନର ଭୟଙ୍କର ବନ୍ୟା । କଖୋବକା ଡ୍ୟାମକୁ ରୁଷ ଧ୍ୱଂସ କରିବା ପରେ ୟୁକ୍ରେନରେ ଜଳପ୍ରଳୟ

411

କନକ ବ୍ୟୁରୋ : ୟୁକ୍ରେନର କାଖୋଭାକ ଡ୍ୟାମ ବିସ୍ପୋରଣ ପରେ ୟୁକ୍ରେନରେ ବନ୍ୟା ପରସ୍ଥିତି ଦେଖାଦେଇଛି । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଆଉ ଏହାରି ମଧ୍ୟରେ ଚାଲିଛି ଜୋରଦାର ଉଦ୍ଧାର । ଘରବାଡ଼ି ରାସ୍ତାଘାଟ ସବୁଆଡ଼େ ପାଣି ପଶିଯାଇଥିବାବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ତେବେ ବିପଦପୂର୍ଣ୍ଣ ସ୍ଥାନରେ ଫସିରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଉଛି । ପାଖାପାଖି ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି । ଲୋକମାନଙ୍କ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣିରେ ସବୁ ବୁଡ଼ି ରହିଥିବାବେଳେ ଲୋକେ ଖାଇବାକୁ ମଧ୍ୟ ପାଉନଥିବା ଜଣାପଡ଼ିଛି । ବନ୍ୟାରେ ଏବେ ସୁଦ୍ଧା ୧୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ୟୁକ୍ରେନର କାଖୋବକା ଡ୍ୟାମକୁ ବିସ୍ପୋରଣରେ ଗତ ମଙ୍ଗଳବାର ଉଡ଼ାଇଦେଇଥିବାଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି ।