ତାରକେଶ୍ୱରଙ୍କ ରିପୋର୍ଟ ନେଇଗଲେ ତାରବେଶ୍ୱର । କେମିତି ବଦଳିଗଲା ସିଟିସ୍କାନ ରିପୋର୍ଟ ?

277

କନକ ବ୍ୟୁରୋ: ବଦଳିଗଲା ଟ୍ରେନ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ସିଟି ସ୍କାନ ରିପୋର୍ଟ । ତାରକେଶ୍ୱରଙ୍କ ସିଟି ସ୍କାନ ରିପୋର୍ଟ ନେଇ ତାରବେଶ୍ୱର ନାମକ ଆଉ ଜଣେ ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଛନ୍ତି । ଫଳରେ ମୁଣ୍ଡରେ ଆଘାତ ହୋଇଥିବା ତାରକେଶ୍ୱରଙ୍କ ଚିକିତ୍ସାରେ ଅସୁବିଧା ଦେଖାଦେଇଛି । ସିଟି ସ୍କାନ ରିପୋର୍ଟ ଅଦଳବଦଳ ହେବା ପରେ ଏହାକୁ ଦେଇ ଅସନ୍ତୋଷ ଦେଖାଦେଇଛି ।

  • ବଦଳ ହୋଇଗଲା ସିଟି ସ୍କାନ ରପୋର୍ଟ
  • ତାରକେଶ୍ୱରଙ୍କ ରିପୋର୍ଟ ନେଇଗଲେ ତାରବେଶ୍ୱର

ତାରକେଶ୍ୱର ରେଳ ବିଭାଗର କର୍ମଚାରୀ । ଖଡ଼ଗପୁରରେ ସେ କାର୍ଯ୍ୟରତ । କିନ୍ତୁ ପରିବାର ସହ ସେ ଆନ୍ଧ୍ରର ବିଶାଖାପାଟଣାରେ ରହନ୍ତି । ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏବେ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ତାରକେଶ୍ୱରଙ୍କ ମୁଣ୍ଡରେ ଆଘାତ ଲାଗିଛି । କିନ୍ତୁ ମୁଣ୍ଡର ଭିତର ଅଂଶରେ କ’ଣ କ୍ଷତି ଘଟିଛି, ଏଯାଏଁ ଜଣାପଡ଼ୁ ନାହିଁ । ଅନ୍ୟପଟେ ତାଙ୍କ ସିଟି ସ୍କାନ ରିପୋର୍ଟକୁ ଅନ୍ୟ ଜଣେ ନେଇ ପଳାଇଛନ୍ତି । ଫଳରେ ଏବେ ତାଙ୍କ ଚିକିତ୍ସାରେ ଅସୁବିଧା ସୃଷ୍ଟି ହୋଇଛି

  • କେମିତି ବଦଳିଗଲା ସିଟିସ୍କାନ ରିପୋର୍ଟ
  • ହସ୍ପିଟାଲ କର୍ତୃପକ୍ଷଙ୍କ ପାଖେ ନାହିଁ ସ୍ପଷ୍ଟ ଉତ୍ତର

ତାରକେଶ୍ୱରଙ୍କ ସିଟିସ୍କାନ ରପୋର୍ଟ ନେଇ ତାରବେଶ୍ୱର ନାମକ ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଉଭୟ ତାରକେଶ୍ୱର ଓ ତାରବେଶ୍ୱର ଉଭୟ ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଏବେ ରିପୋର୍ଟ ଅଦଳବଦଳ ପରେ ତାରକେଶ୍ୱରଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହୋଇଛି ।

ସିଟି ସ୍କାନ ରିପୋର୍ଟ ଅଦଳବଦଳ ପରେ ଏବେ ବିବାଦ ଦେଖା ଦେଇଛି । ଏସସିବି କର୍ତ୍ତୃପକ୍ଷ ତ୍ରୁଟି ହୋଇଥିବା ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ତାରକେଶ୍ୱରଙ୍କ ଆଉଥରେ ସିଟି ସ୍କାନ କରାଯାଇଥିବା ସୂଚନା ମିଳିଛି ।