ତୁର୍କୀ ଏବଂ ସିରିଆ ପ୍ରଳୟଙ୍କାରୀ ଭୂମିକମ୍ପ : ଉଦ୍ଧାର କାର୍ଯ୍ୟରେ ବିଶ୍ୱର ୭୦ଟି ଦେଶ ସାମିଲ

92

କନକ ବ୍ୟୁରୋ : ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି । ‘ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ, ଡାକ୍ତରୀ ଦଳ, ଖାଦ୍ୟ ଓ ଔଷଧ ସାମଗ୍ରୀ ପଠାଇଛନ୍ତି ।

ଭାରତର ଏନଡିଆରଏଫ ଟିମ୍ ତୁର୍କୀରେ ଉଦ୍ଧାରକାର୍ଯ୍ୟ ଚଳାଇ ଲୋକମାନଙ୍କ ପ୍ରସଂଶାର ପାତ୍ର ହୋଇଛି । ଏନଡିଆରଏଫ ପକ୍ଷରୁ ଭଗ୍ନାବଶେଷରେ ଫସି ଥିବା ଜଣେ ୬ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଛି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଏହି ସଫଳ ଉଦ୍ଧାର କାର୍ଯ୍ୟର ଭିଡିଓ ସେୟାର କରିଛନ୍ତି ।

ଗୃହ ମନ୍ତ୍ରାଳୟର ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି, ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇଛି । ଗ୍ରାଉଣ୍ଡ ଜିରୋରେ ଭାରତର ଏନଡିଆରଏଫ ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛି । ଗୁରୁବାର ଗାଜିଆଟେପର ନୂରଡାଗିରୁ ଜଣେ ୬ ବର୍ଷର ନାବାଳିକାକୁ ସଫଳତାର ସହ ଉଦ୍ଧାର କରିଛି ଏନଡିଆରଏଫ ।