କୋଇଲା ଖଣିରେ ଅଘଟଣ ! କୋଇଲା ଖଣ୍ଡ ଭୁଷୁଡ଼ି ୨ ମୃତ, ଏବେବେ ବି ଚାପି ହୋଇ ରହିଛନ୍ତି ଅନେକ, ଉଦ୍ଧାରକାର୍ଯ୍ୟ ଜାରି ।

ଝାଡ଼ଖଣ୍ଡ ଧାନବାଦ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଖଣି ଭିତରେ କୋଇଲା ଖଣ୍ଡ ଧସି ୨ ମୃତ ।

160

କନକ ବ୍ୟୁରୋ: କୋଇଲା ଖଣିରେ ଅଘଟଣ । ଝାଡ଼ଖଣ୍ଡ ଧାନବାଦ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଖଣି ଭିତରେ କୋଇଲା ଖଣ୍ଡ ଧସି ୨ ମୃତ । ମୃତକମାନେ ହେଲେ ଦିନେଶ ପାଶୱାନ ଓ କାଣ୍ଟ ରୱାନୀ । ଦୁଇ ସ୍ଥାନୀୟ ଅଂଚଳ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କୋଇଲା ଖଣ୍ଡତଳେ ଆହୁରି କିଛି ଲୋକ ଚପିହୋଇ ରହିଛନ୍ତି । ଏପରିକି ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେହିଭଳି ଧାନବାଦ ଏସପିଙ୍କ କହିବା ମୁତାବକ, ଖଣିକୁ ପ୍ରତି ପ୍ରତିଦିନ ବେଆଇନ ଭାବେ କିଛି ଲୋକ କୋଇଲା ପାଇଁ ଯାଆନ୍ତି । ଆଜି କୋଇଲା ଆଣିବାକୁ ଖଣିରେ କିଛି ଲୋକ ପସିଥିଲେ ହଠାତ୍ ଏହି ସମୟରେ ଖଣି ଭିତରେ ଏକ ବଡ଼ କୋଇଲା ଖଣ୍ଡ ଧସି ଉପରେ ପଡ଼ିଥିଲା । ସେମାନଙ୍କୁ ଉଦ୍ଧାର କାରିବାକୁ ଉଦ୍ୟମ ଜାରି ରହିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାପାସରାରେ ଥିବା କୋଇଲା ଖଣିରୁ ଆଜି ୧୫ରୁ ୨୦ ଜଣ ବ୍ୟକ୍ତି କୋଇଲା ଆଣିବାକୁ ଖଣିଭିତରକୁ ଆଜି ସକାଳେ ପ୍ରବେଶ କରିଥିଲେ । କୋଇଲା ଆଣୁଥିବା ସମୟରେ ଏକ ବଡ଼ କୋଇଲା ଖଣ୍ଡ ଭୁଷୁଡ଼ି ପଡ଼ିଛି । ଫଳରେ ଲୋକମାନ ସେଠାରେ ଫସି ରହିଛନ୍ତି । ଏଯାବତ ଦୁଇ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବାବଳେ ଅନ୍ୟମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।