ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରରେ ନିଆରା ଦୃଶ୍ୟ : ନିଜ ହାତରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୋଜା ଓ ଜୋତା ପିନ୍ଧାଇଲେ ମନ୍ତ୍ରୀ ଟୁକୁନି ସାହୁ

451

କନକ ବ୍ୟୁରୋ : ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌ ଦେଇଥିବା ମନ୍ତ୍ରୀ ଟୁକୁନି ସାହୁ ନିଜ ହାତରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୋଜା ଓ ଜୋତା ପିନ୍ଧାଇ ଦେଇଥିଲେ । ଏହି ସେଣ୍ଟରରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶନିବାର ମୋଜା, ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସାମଗ୍ରୀ ବଣ୍ଟନ ଆରମ୍ଭ ହେବା ସମୟରେ ମନ୍ତ୍ରୀ ନିଜେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଜୋତା ମୋଜା ପିନ୍ଧାଇ ଦେଇଥିଲେ । ଏପରି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରି ଦେଇଥିଲା । ଏହା ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଚକ୍ଷଣ ପ୍ରତିଭା ଲୁଚି ରହିଛି । ଏମାନଙ୍କ ପାଇଁ ଯେକୌଣସି ସମୟରେ ଯେକୌଣସି ସହାୟତା ଦରକାର ହେଲେ ସେ କରିବାକୁ ପଛାଇବେ ନାହିଁ ବୋଲି କହିଥିଲେ ।