ବିବାହ ବନ୍ଧନରେ ବାନ୍ଧି ହେଲେ ବର-ଓସ୍ତ ଗଛ । କନ୍ୟାଦାନ କଲେ ପ୍ରକୃତି ପ୍ରେମୀ

145

କନକ ବ୍ୟୁରୋ: ହୋମ ଯଜ୍ଞ ପଣ୍ଡିତଙ୍କ ଏବଂ ପରୋହିତଙ୍କର ମନ୍ତ୍ରଧ୍ୱନୀ ସମସ୍ତ ରିତି ନିତିରେ ସମ୍ପର୍ଣ୍ଣ ହୋଇଛି ବର ଏବଂ ଓସ୍ତ ଗଛ ମଧ୍ୟରେ ଏକ ନିଆରା ବିବାହ । ସମ୍ପର୍ଣ୍ଣ ଆଧ୍ୟାତ୍ମିକ ପରିବେଷରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ବର ପକ୍ଷ ଏବଂ କନ୍ୟା ପକ୍ଷ ପକ୍ଷରୁ ହୋଇଥିଲା ବିବାହର ଆୟୋଜନ ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବିଚଣା ଗ୍ରାମର ମା ଶାରଳାଙ୍କ ମନ୍ଦିର ନିକଟରେ ପାଳିତ ହୋଇଯାଇଛି ଏକ ନିଆରା ବିବାହ ଉତ୍ସବ । ଏହି ବିବାହ ହୋଇଛି ବର ଆଉ ଓସ୍ତ ପରି ଦୁଇଟି ଗଛ ମଧ୍ୟରେ । ସମ୍ପର୍ଣ୍ଣ ରୀତିନିତି ଏବଂ ହୋମ ଯଜ୍ଞ ସହିତ ପୁରୋହିତ ଏବଂ ପଣ୍ଡିତଙ୍କ ମନ୍ତ୍ରଧ୍ୱନିରେ ଧୁମ ଧାମର ସହିତ ଏହି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ସମ୍ପୂର୍ଣ୍ଣ କୋଭିଡ କଟକଣା ସହିତ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବା ସହିତ ଭାଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । କନ୍ୟା ପକ୍ଷ ବିବାହର ସମସ୍ତ ଆୟୋଜନ କରିବା ସହିତ ବର ପକ୍ଷ ମଧ୍ୟ ବର ସହତ ବରାଯାତ୍ରୀ ମାନଙ୍କୁ ନେଇ ବିବାହ ପାଇଁ କନ୍ୟା ଘରେ ପହଁଚି ଥିଲେ । ବିଚଣା ଗ୍ରାମର କୁଳମଣି ବେହେରା ବର ମାନେ ବରଗଛର ପିତା ହୋଇଥିବା ବେଳେ ମହାକାଳପଡା ବ୍ଲକ ନଳଦିଆଶାସନ ଗ୍ରାମର ସଲିଳ ପ୍ରଧାନ ହେଉଛନ୍ତି କନ୍ୟା ମାନେ ଓସ୍ତ ଗଛର ପିତା ହୋଇ ବିବାହ ସମ୍ପନ୍ନ କରିଥିଲେ ।

ଗରଦପୁର ବ୍ଲକ ବିଚଣା ଗ୍ରାମର କୁଳମଣି ହେଉଛନ୍ତି ଜଣେ ପରିବେଶପ୍ରେମୀ ଗଛ ଲଗାଇବା ଏବଂ ସେବା ଯତ୍ନ ସହ ବଡ କରିବା ସତେ ଯେପରି ତାଙ୍କର ଏକ ନିଶା । ତାଙ୍କର ଘର ନିକଟରେ ଥିବା ମା ଶାରଳାଙ୍କ ମନ୍ଦିର ସମ୍ମୁଖରେ ଥିବା ରାସ୍ତା କଡରେ ଅନେକ ଦିନ ତଳେ ବର ଏବଂ ଓସ୍ତ ଦୁଇଟି ଗଛ ଲଗାଇଥିଲେ । କୁଳମଣି ଗଛ ଦୁଇଟିର ସେବାଯତ୍ନ ଦେଇ ବଡ କରିବା ସହିତ ତାଙ୍କୁ ନିଜର ସନ୍ତାନ ପରି ଦେଖୁଥିଲେ । ସମାଜକୁ ପରିବେଷ ସଚେତନତା ବାର୍ତା ଦେବା ସହିତ ଗଛ ଲତାକୁ ସ୍ନେହ ଆଦର ସହିତ ବଡ କରି ପରିବେଶକୁ ସୁନ୍ଦର କରି ଗଢି ତୋଳିବାର ଏକ ସ୍ୱପ୍ନ ତାଙ୍କର ଥିଲା ମୁଳଲକ୍ଷ । ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ଝିଅ ବିଦାୟ ସମୟରେ କନ୍ୟା ମାତା ସବିତା ଏବଂ ପିତା ସଲିଳ କାନ୍ଦି ପକାଇଥିବାର ସୁଚନା ଦେଇଛନ୍ତି । ଏପଟେ ନୁଆ ବୋହୁକୁ ଶ୍ୱଶୁର କୁଳମଣି ଏବଂ ଶାଶୁ ଖୁଲଣା ନୁଆ ବୋହୁକୁ ପାଇ ବେଶ୍ ଖୁସି ବ୍ୟକ୍ତ କରିବା ସହିତ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।