ବୟସର ଅପରାହ୍ନରେ ଥମୁନି ନିର୍ଯାତନା। ନ୍ୟାୟ ପାଇଁ ଥାନାରେ ୮୪ ବର୍ଷୀୟ ବୃଦ୍ଧଙ୍କ ଅନଶନ।

148

କନକ ବ୍ୟୁରୋ: ବୟସର ଅପରାହ୍ନରେ ଥମୁନି ନିର୍ଯାତନା । ଗୋଡ ହାତ ଚଳୁନଥିବା ବେଳେ ପୁଅ ବୋହୂଙ୍କ ନିର୍ଯାତନା ଅସହ୍ୟ ହେଇପଡୁଛି । ନ୍ୟାୟ ଟିକେ ପାଇବାକୁ ଏବେ ଥାନାରେ ଅନଶନ କରିଛନ୍ତି ୮୪ ବର୍ଷୀୟ ବୃଦ୍ଧ ।

ମନରେ ତାଙ୍କର ଭୟ । ଘରକୁ ଗଲେ ପୁଅ ବୋହୂ ପିଟିବେ । । ଏନେଇ ନ୍ୟାୟ ଟିକେ ପାଇବାକୁ ଥାନାରେ ଧାରଣାରେ ବସିଛନ୍ତି ଅସ୍ତରଙ୍ଗ ଅଞ୍ଚଳର ବୃଦ୍ଧ ନବଘନ ବାରିକ । ପୁଅ ବୋହୂଙ୍କଠାରୁ ସେବା ପାଇବା ସମୟରେ ମାଡ ଖାଉଛନ୍ତି । ଭଲ କରି ମୁଠାଏ ଖାଇବାକୁ ଦେଉନଥିବା ବେଳେ ଭତା ଟଙ୍କା ଗଣ୍ଡାକ ବି ଛଡାଇ ନେଉଛନ୍ତି । ବିରୋଧ କଲେ ମିଳୁଛି ଅକଥନୀୟ ନିର୍ଯାତନା । ଶେଷ ସମୟରେ ତାଙ୍କୁ ବଞ୍ଚିବାକୁ ଦିଆଯାଉ ।

ଏହିଭଳି କହି ନ୍ୟାୟ ଅପେକ୍ଷାରେ ରହିଛନ୍ତି ନବଘନ । ନିଜର ସ୍ଥିତି ନେଇ ଆଖିରୁ ଲୁହ ଶୁଖୁନି । କେତେବେଳେ ପୁଲିସ ବାବୁଙ୍କ ଆଗରେ ଦୁଃଖ ବଖାଣୁଛନ୍ତି ତ ଆଉ କେତେବେଳେ ବାରଣ୍ଡାରେ ଗାମୁଛା ପାରି ଶୋଇଯାଉଛନ୍ତି । ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଥାନା ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।