ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ: ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ

104

କନକ ବ୍ୟୁରୋ: ଆଜି ପୁଣି ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରୀ ରହିଛି । ଲଗାତର ଦ୍ୱିତୀୟ ଦିନରେ ବୌଦ୍ଧର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରୀ ଛୁଇଁଛି । ୫ଟି ସହରରେ ଦିନର ତାପାମତ୍ରା ୪୪ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ୯ଟି ସହରରେ ତାପମାତ୍ରା ୪୩ଡିଗ୍ରୀ ଉପରେ ଓ ୨୫ଟି ସହରରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି । ଅନୁଗୁଳରେ ୪୪ଦଶମିକ ୭, ଦେବଗଡରେ ୪୪ଦଶମିକ ୬, ତାଳଚେର ୪୪ଦଶମିକ ୫ ଓ ବଲାଙ୍ଗୀର ୪୪ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ପ୍ରଥମ ୫ଉତପ୍ତ ସହର ପାଲଟିଛି ।

ସେହିପରି ଟ୍ୱିନସିଟିରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱରେ ୪୦ଦଶମିକ ୨ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୪୦ଦଶିମକ ୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଚିନ୍ତା ବଢାଇଛି ପାଣିପାଗ ବିଭାଗର ସତର୍କବାଣୀ । ମେ’ ପ୍ରଥମ ସପ୍ତାହ ଯାଏଁ ଏଭଳି ସ୍ଥିତି ରହିବ ଓ ତାତିରୁ ତ୍ରାହି ମିଳିବ ନାହିଁ ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ ।