ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି

ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନଙ୍କ ସୁଅ ଛୁଟୁଛି

105

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନଙ୍କ ସୁଅ ଛୁଟୁଛି। ଆଜି ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ଭବାନୀପାଟଣା ଓ ରାଉରକେଲରା ସଭା କରିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୯ ବର୍ଷ ପରେ ରାହୁଲ ପଶ୍ଚିମ ଓଡିଶା ଗସ୍ତ କରୁଥିବାରୁ ସ୍ଥାନୀୟ ନେତାଙ୍କ ମଧ୍ୟରେ ଉତ୍ସାହ ରହିଛି । ରାହୁଲ ଗାନ୍ଧି ପୂର୍ବରୁ ଭୁବନେଶ୍ୱରର ତମାଣ୍ଡୋଠାରେ ସଭା କରିଛନ୍ତି ।

ତେବେ ଠିକ ରାହୁଲ ଆସିବା ଦିନ ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରି ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି। ତିନି ଦିନ ତଳେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଗସ୍ତ କରିଛନ୍ତି। ଶାହାଙ୍କ ପରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ବୁଧବାର ଓଡ଼ିଶା ଗସ୍ତସରେ ଆସୁଛନ୍ତି। ଗଡ଼କରି ତାଙ୍କର ଗସ୍ତ କାଳରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏବଂ ପାରଦୀପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳୀୟ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।