କୋଣାର୍କ ମନ୍ଦିରରେ ଟିକେଟ୍ ନ ମିଳିବାରୁ ଅସନ୍ତୋଷ : କାଉଣ୍ଟରରେ ତାଲା, ପର୍ଯ୍ୟଟକ ହଟହଟା

92

କନକ ବ୍ୟୁରୋ : ପର୍ଯ୍ୟଟନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୌଣାର୍କରେ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବାରେ ସରକାର ଏବଂ ମନ୍ଦିର ପ୍ରଶାସନ ବିଫଳ ହୋଇଛନ୍ତି । ଏପରିକି ମନ୍ଦିର ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକମାନଙ୍କୁ ଟିକେଟ୍ ମିଳୁନାହିଁ । ଟିକେଟ୍ କାଉଣ୍ଟରରେ ଟିକେଟ୍ ସରିଯିବା ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

କୋଣାର୍କ ମନ୍ଦିରରେ ମୁଖ୍ୟ ଫାଟକ ଆଗରେ ତାଲା ଝୁଲୁଥିବାର ଦୃଶ୍ୟ ରବିବାର ଦେଖିବାକୁ ମିଳିଥିଲା । ଶତାଧିକ ପର୍ଯ୍ୟଟକ ଟିକେଟ୍ ପାଇଁ ଫାଟକ ଆଗରେ ଲାଇନ ଲଗାଇଥିବା ବେଳେ ଟିକେଟ୍ ସରିଯାଇଥିଲା । ଯାହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିିତି ସୃଷ୍ଟି ହୋଇଥିଲା । ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି ।