ଅଫିସ ଫେରୁଥିବାବେଳେ ଏକାବେଳେ ଚାଲିଗଲା ୩ ଭାଇଙ୍କ ଜୀବନ । ମାସକ ପରେ ହୋଇଥାନ୍ତା ଜଣେ ଭାଇର ବିବାହ

603

କନକ ବ୍ୟୁରୋ: ମୃତ୍ୟୁ ବି ଏମିତି ଆସେ ଯାହାକୁ କେହି ବି ସହଜେ ଗ୍ରହଣ କରିପାରନ୍ତି ନାହିଁ । ଏତେ ଭୟଙ୍କର ଏତେ ଯନ୍ତ୍ରଣାଦାୟକ , ପୁଣି ପୁରା ବଂଶ ନିପାତ କରିଦେବାଭଳି ମୃତ୍ୟୁ । ହେଲେ ଦାରୁଣ ମୃତ୍ୟୁ ବା କାହାକୁ ଛାଡଛି । ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ବାଡମେରରେ ଯାହାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

୩ ଭାଇ ଅଫିସ୍ ସାରି ମଙ୍ଗଳବାର ସନ୍ଧ୍ୟାରେ ଏକାଠି ଏକ ସ୍କର୍ପିଓରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ଏକାସାଙ୍ଗରେ ୩ ଭାଇଙ୍କର ମୃତ୍ୟୁ ହୋଇଛି । ପୁଲିସ କହିବା ଅନୁସାରେ ୩ ଭାଇ ସ୍କର୍ପିଓରେ ଫେରିବାବେଳେ ସ୍କର୍ପିଓ ସ୍ପିଡରେ ଥିଲା । ହେଲେ ବାଟରେ ହଠାତ୍ ଗାଡି ଟାୟାର ଫାଟିଯିବାରୁ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଓଲଟିପହିଥିଲା । ଘଟଣାସ୍ଥଳରେ ବଡ ଭାଇ ଓ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମଝିଆଁ ଭାଇଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ମାତ୍ର ମାସକ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ମଝିଆ ଭାଇ । ଏହି ଘଟଣା ପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।