ଗଛରେ ପିଟି ହେଲା କାର : ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

1,123

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣା ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିର ଘଟିଥିଲା ଏହି ଦୁର୍ଘଟଣା । କାର ଜଗଦଲପୁରରୁ ଫେରୁଥିବ ବେଳେ ଉମରକୋଟ ବ୍ଲକ ବାସିନୀ ଠାରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲା ।

ଗାଡ଼ିରେ ଥିଲେ ରାଇଘର ବ୍ଲକ ସନପୁର ଗାଁର ଗୌରାଙ୍ଗ ରାୟ, ଉମରକୋଟ ବ୍ଲକ ଅଞ୍ଚଳା ଗାଁର ସତ୍ୟ ରଞ୍ଜନ ବେପାରୀ, ତରୁଲତା ବେପାରୀ । ଉମରକୋଟ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଉମରକୋଟ ମେଡିକାଲରେ ପହଞ୍ଚାଇଥିଲେ । କିନ୍ତୁ ସେଠାରେ ଡ୍ରାଇଭର ସୁରେଶ ମଣ୍ଡଳ ସହ ଅନ୍ୟ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତରୁଲତାଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି ।