୨୦୧୪ରେ ଯିଏ ଆସିଥିଲେ ୨୦୨୪ରେ ସିଏ ରହିବେ ତ? ନାଁ ନନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ନୀତୀଶ କୁମାର ।

282

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଓ ଶପଥ ନେବାର ପର୍ବ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ୮ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କ ସହ ତେଜସ୍ୱୀ ଯାଦବ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ବିହାରରେ ଗଠନ ହୋଇଛି ନୂଆ ସରକାର ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ନୀତୀଶ କୁମାର । ଗତ ୨ ମାସ ହେବ ବିହାରରେ ରାଜନୈତିକ ମାହୋଲ ଭଲ ନଥିଲା । ଏପରିକି ମୁଁ ନିଜେ ୨୦୨୦ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି । ୨୦୨୦ରେ ଜେଡିୟୁ ସହ ଭଲ ବ୍ୟବହାର ହୋଇନଥିଲା । ବିଜେପି ସହ ମେଣ୍ଟ କରି ସରକାର ଗଢିବା ଦ୍ୱାରା ଜେଡିୟୁକୁ କ୍ଷତି ପହଞ୍ଚିଛି । କିଛି ଲୋକ ଭାବୁଛନ୍ତି ଦେଶରେ ବିରୋଧୀ ରହିବେନି । କିନ୍ତୁ ଏବେ ମୁଁ ବିରୋଧୀ ଦଳକୁ ଆସିଛି, ସବୁ କିଛି ହେବ । ପୁରୁଣା ସ୍ଥାନକୁ ଆସି ମୁଁ ବହୁତ ଖୁସି । ୨୦୨୪ରେ ବିରୋଧୀ ଦଳ ଏକଜୁଟ୍ ହେଲେ ଶାସକ ଦଳ ସରକାରକୁ ଫେରିବା କଷ୍ଟକର ହୋଇଯିବ । କାରଣ ୨୦୧୪ରେ ଯିଏ ଆସିଥିଲେ ସିଏ ୨୦୨୪ରେ ରହିପାରିବେ ତ? ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ଏବଂ ବିହାରକୁ ବିକାଶର ଧାରାରେ ଆଗକୁ ନେବୁ ବୋଲି ନୀତୀଶ କହିଛନ୍ତି ।