‘ଦାଢିରେ ମୁଁ ଅଧିକ ସୁନ୍ଦର ଦେଖାଯାଏ’, ପଢନ୍ତୁ କିଏ ଏହି ମହିଳା, କଣ ରହିଛି ଦାଢି ପଛର ରହସ୍ୟ …

225

କନକ ବ୍ୟୁରୋ: ପୁରୁଷଙ୍କ କ୍ଷେତ୍ରରେ ଦାଢିରଖିବା ସ୍ୱାଭାବିକ କଥା । ଅନେକ ପୁରୁଷ ନିଜକୁ ଷ୍ଟାଇଲିସ କରିବା ପାଇଁ ଦାଢି ରଖିବା ଦେଖିବାକୁ ମିଳିଥାଏ । ତେବେ ଝିଅମାନଙ୍କ କ୍ଷେତ୍ରରେ ଯଦି ଏଭଳି ହୁଏ ତେବେ ଆପଣ କଣ ଭାବିବେ । କିନ୍ତୁ ଏଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।

ଡକୋଟା କୁକ୍ ନାମକ ଜଣେ ଝିଅ ଦାଢି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ କୁହନ୍ତି ଦାଢି ରଖି ସେ ଅଧିକ ସୁନ୍ଦର ଦେଖାଯାଉଛନ୍ତି । ପୂର୍ବରୁ ଦାଢି ନଉଠିବା ପାଇଁ ଅନେକ ଥର ୱାକ୍ସିଙ୍ଗ ଏବଂ ସେଭିଙ୍ଗ କରିଥଲେ, କିନ୍ତୁ ନିରାଶ ହେବାକୁ ପଡିଥିଲା । ସେ ଯେତେବେଳେ ୧୩ ବର୍ଷର ଥିଲେ ସେହିସମୟରେ ତାଙ୍କ ଚେହେରାରେ ଦାଢି ଉଠିବା ଆରମ୍ଭ ହୋଇଥିଲା । ଅନେକ ଚିକିତ୍ସା ପ୍ରଣାଳୀ ଆପଣେଇବା ପରେ ମଧ୍ୟ ଏହା ବନ୍ଦ ହୋଇନଥିଲା । ବର୍ତ୍ତମାନ ତାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦାଢି ସହ ବଞ୍ଚିବା ଶିଖିସାରିଛନ୍ତି । ଏଥି ପାଇଁ ସେ ବହୁତ ଖୁସିଥିବା ଥିବା ମଧ୍ୟ କହିଛନ୍ତି । ଆମେରିକାର ଲସଭେଗାସରେ ରହୁଥିବା ଡକୋଟା କୁକ୍ ଏଥିରୁ ବର୍ତ୍ତିବା ପାଇଁ ଦିନକୁ ଦୁଇ ଥର ସେଭିଙ୍ଗ କରୁଥିଲେ । ତେବେ ଏଥିରେ ସଫଳ ନହେବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଅନେକ ଟେଷ୍ଟ କରିବା ପରେ ମଧୟ ସ୍ପଷ୍ଟ ହୋଇପାରିନଥିଲା ଦାଢି କେଉଁକାରଣରୁ ଉଠୁଛି । ଡାକ୍ତରଙ୍କ କହିବା କଥା, ଦେହରେ ଟେଷ୍ଟୋଷ୍ଟିରନର ମାତ୍ରା ବଢିବା କାରଣରୁ ଏହିଭଳି ହେଉଛି । ଡକୋଟା ନିଜ ପ୍ରତିକ୍ରିୟାରେ କହିଛନ୍ତି ଦାଢି ଥିବାକାରଣରୁ ତାଙ୍କୁ ଅନେକ ପ୍ରକାର ଭେଦଭାବର ଶିକାର ହେବାକୁ ପଢୁଛି । ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏଥିପାଇଁ ସେ ଦିନକୁ ଦୁଇ ଥର ସେଭିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ପ୍ରତ୍ୟେକ ସପ୍ତାହରେ ସେ ୱାକ୍ସିଂ ମଧ୍ୟ କରାଇଥିଲେ ତେବେ ଏହା ପରେ ମଧ୍ୟ ତାଙ୍କର କୌଣସି ପରିବର୍ତ୍ତନ ହୋଇନଥିଲା । ୨୦୧୫ରୁ ସେ ଏହାକୁ ଆଦରି ନେଇ ଦାଢିରଖିବା ଆରମ୍ଭ କରିଦେଇଥିଲେ । ତେବେ ଡକୋଟାଙ୍କ ଏହି ନୂଆ ଅବତାରକୁ ନେଇ ସୋସିଆଲ ମିଡିଆରେ ସେ ବେସ ଭାଇରାଲ ହେବାରେ ଲାଗିଛନ୍ତି ।