ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ: ବାହାରପଟୁ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ 

112

କନକ ବ୍ୟୁରୋ: ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବା ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁବୃର୍ତ ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଧଗୋଠା ଗାଁ ଘଟିଛି ଏଭଳି ଘଟଣା । ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତି ଦୁଇ ଜଣ ହେଲେ ଉଗ୍ରସେନ ପଲେଇ ଓ ଜୟନ୍ତି ପଲେଇ । ସ୍ୱାମୀ-ସ୍ତ୍ରୀଙ୍କୁ ଜୀବନ୍ତା ଜାଳିବା ଉଦ୍ଦେଶ୍ୟରେ ଦୁର୍ବୁତ ମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଏଥିପାଇଁ ପାଖ ପଡୋଶୀ ଯେମିତି ସେମାନଙ୍କୁ ଉଦ୍ଧାର କରିବାକୁ ନ ଆସିବେ, ସେଥିପାଇଁ କିଛି ପଡୋଶୀଙ୍କ ଘରେ ବି ବାହାର ପଟୁ ତାଲା ପକାଇଥିଲେ ଦୁବୁର୍ତ । ନିଆଁ ଲାଗିବା ପରେ ସ୍ୱାମୀ ଓ ସ୍ତ୍ରୀ ଚିକ୍ରାର  ଶୁଣିବା ପ୍ରଥମେ ନିକଟରେ ଥିବା ପଡୋଶୀ ଆସିପାରିନଥିଲେ । ପରେ ଆଉ କିଛି ପଡୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଦମ୍ପତିଙ୍କୁ ପ୍ରଥମେ ହରିଚନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।