ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

952

କନକ ବ୍ୟୁରୋ: ୧୧ ତାରିଖରୁ ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇ ସତର୍କ କରାଯିବା ସହ ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବାକୁ ପରାମର୍ଶ ଦିଆଯାଇଛି ।

ପଶ୍ଚିମା ଝଡର ଆଗମନ ଓ ପୂର୍ବ ଦିଗରେ ବଙ୍ଗୋପସାଗରରୁ ଓଡଶାକୁ ପ୍ରବଳ ମାତ୍ରାରେ ଉଷ୍ମ ଜଳୀୟ ବାଷ୍ପର ଅନୁପ୍ରବେଶ ଯୋଗୁଁ ଆଗାମୀ ୧୧ରୁ ୧୪ ଜାନୁଆରୀ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଓଡିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅର୍ଥାତ ୬ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହୋଇପାରେ । ଏହି ଅଦିନିଆ ବର୍ଷା ପ୍ରଭାବରେ ଚାଷବାସ ନଷ୍ଟ ହେବା ଆଶଙ୍କା କରି ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

୧୧ ତାରିଖ, ମଙ୍ଗଳବାର

୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

  • ବରଗଡ
  • ବଲାଙ୍ଗୀର
  • ସୋନପୁର
  • ସମ୍ବଲପୁର
  • ଝାରସୁଗୁଡା
  • ସୁନ୍ଦରଗଡ
  • ଦେବଗଡ

୧୨ ତାରିଖ, ବୁଧବାର

୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

  • କଳାହାଣ୍ଡି
  • କନ୍ଧମାଳ
  • ବୌଦ୍ଧ
  • ଅନୁଗୁଳ
  • ଢେଙ୍କାନାଳ
  • କଟକ
  • ନୟାଗଡ

୧୩ ତାରିଖ, ଗୁରୁବାର

୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

  • କେନ୍ଦୁଝର
  • ମୟୂରଭଞ୍ଜ
  • ବାଲେଶ୍ୱର
  • ଭଦ୍ରକ
  • ଯାଜପୁର
  • କଟକ
  • ଢେଙ୍କାନାଳ
  • ନୟାଗଡ
  • କନ୍ଧମାଳ

ଆସୁଛି ବର୍ଷା, ଚାଷୀଙ୍କ ପାଇଁ ପରାମର୍ଶ

  • ୧୦ ଜାନୁଆରୀ ସୁଦ୍ଧା ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ
  • ଡାଲିଜାତୀୟ ଫସଲର ବିହନ ବୁଣାବୁଣି ୧ ସପ୍ତାହ ଯାଏଁ ସ୍ଥଗିତ ରଖନ୍ତୁ
  • ଚିନାବାଦାମ ଓ ସୋରିଷ ଫୁଲ ଧରିବା ସମୟ ହୋଇଥିବାରୁ ଜଳସେଚନ ବନ୍ଦ ରଖନ୍ତୁ
  • କୁଆପଥର ମାଡରୁ ରକ୍ଷା ପାଇଁ ପନିପରିବା ତଳିକୁ ଘୋଡାଇ ରଖନ୍ତୁ
  • ଅମଳ ଉପଯୋଗୀ ପନିପରିବାକୁ ତୁରନ୍ତ ତୋଳି ଆଣି ସାଇତି ଦିଅନ୍ତୁ
  • ବର୍ଷା ଆସୁଥିବାରୁ ସାର ଓ କୀଟନାଶକ ପ୍ରୟୋଗ ସାମୟିକ ବନ୍ଦ କରନ୍ତୁ