ଦିନେ କ୍ୟାମେରା ଆଗରେ ବସି ତାଜା ଖବର ଦେଉଥିଲେ । ଏବେ ପେଟପାଇଁ ପାଲଟିଛନ୍ତି ଉଠା ବେପାରୀ

925

କନକ ବ୍ୟୁରୋ: ଭାଗ୍ୟ କାହାକୁ କେଉଁଠୁ କେଉଁଠିକି ନେଇଯିବ କିଏ କହିବ? ଏମିତି ଏକ ପ୍ରମାଣ ଦେଖିବାକୁ ମିଳିଛି କାବୁଲ ସହରରେ । ଦିନ ଥିଲା ସେ କ୍ୟାମେରା ସାମ୍ନାରେ ବସି ଦେଶବାସୀଙ୍କୁ ତାଜା ଖବର ଅପଡେଟ୍ କରୁଥିଲେ । ସମୟ ହେବା ପରେ ମେକଅପ୍ ନେଇ ଆଙ୍କର ସିଟରେ ବସି ଖବର ପଢୁଥିଲେ । ପୁରା ଦେଶ ତାଙ୍କ ମୁହଁରୁ ଖବର ଶୁଣି ଅପଡେଟ୍ ରହୁଥିଲା । ହେଲେ ଆଜି ଭାଗ୍ୟ ତାଙ୍କୁ କରିଦେଇଛି ସେ ରାସ୍ତା କଡର ଜଣେ ଉଠା ବେପାରୀ ।

ଆଫଗାନିସ୍ତାନରେ ତାଲିବାନ୍ ଶାସନ ପରେ ଜୀବନର ମାନଚିତ୍ର ହିଁ ବଦଳିଯାଇଛି । ପୂର୍ବରୁ ଯିଏ ସବୁ ଉଚ୍ଚ ପଦବୀରେ ଥିଲେ , ସମ୍ମାନଜନକ ଜୀବନ ବଞ୍ଚଞ୍ଚୁଥିଲେ ସେମାନଙ୍କ ଜୀ ନ ଏବେ ଦୁର୍ବିସହ । କିଏ ଦେଶ ଛାଡିି ପଳାଇଛି ତ ଆଉ କିଏ ରାସ୍ତା କଡରେ ପେଟ ପୋଷିବାର ବାଟ ଖୋଜିଛି ।ଏପରି ଜଣେ ଯୁବକ ହେଉଛନ୍ତି ଏଠିକାର ଲୋକପ୍ରିୟ ଟିଭି ଆଙ୍କର ମୁସା ମହମ୍ମଦି । ସମାଜର ଜାଗ୍ରତ ପ୍ରହରୀ କୁହାଯାଉଥିବା ଗଣମାଧ୍ୟମ ଏବେ ତାଲିବାନର ହାତବାରିସି । ଏପରି ସ୍ଥଳେ ସାମ୍ବାଦିକଙ୍କ କଥା ଅସମ୍ଭାଳ । ଏଠାରେ ଅନେକ ଗଣମାଧ୍ୟମ ବନ୍ଦ ହୋଇଯିବାରୁ ସାମ୍ବାଦିକମାନେ ଚାକିରି ଛାଡି ଦାରିଦ୍ର୍ୟ ଦୁଃଖ ଭୋଗୁଛନ୍ତି ।

ଏମାନଙ୍କ ମଧ୍ୟରେ ଅଛନ୍ତି ନ୍ୟୁଜ ଆଙ୍କର ମୁସା ମୁହମ୍ମଦି । ଆଫଗାନିସ୍ତାନ ଶାସନରେ ଏକାଧିକ ଟିଭି ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିବା ମୁସାଙ୍କ ଭାଗ୍ୟରେ ଚଡକ ପଡିଛି । ଚାକିରି ଛାଡିବା ପରେ ଏବେ ମୁସା ପେଟ ପୋଷିବାକୁ କାବୁଲ ସହରର ରାସ୍ତା କଡରେ ବସି ବେପାର କରୁଛନ୍ତି ।
ମୁସା ମୁହମ୍ମଦି ରାସ୍ତା କଡରେ ବସି ଖାଦ୍ୟ ବିକୁଥିବାର ଦୃଶ୍ୟକୁ ଟ୍ୱିଟ୍ କରିଛନ୍ତି ଜଣେ ପୂର୍ବ ସରକାରୀ ଅଧିକାରୀ । ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି । ଏହାପରେ ଏହି ଟ୍ୱିଟ୍ ଇସଲାମିକ୍ ଏମିରେଟ୍ ଆଫଗାନିସ୍ତାନର ନ୍ୟାସନାଲ ରେଡିଓ ଓ ଟିଭିରେ ଡିଜି ତଥା ସଂସ୍କୃତି କମିଶନର ଉପମୁଖ୍ୟ ଥିବା ଅହମଦୁଲ୍ଲାହ ୱାସିକଙ୍କ ନଜରକୁ ମଧ୍ୟ ଆସିଛି । ସେ ତୁରନ୍ତ ଏହି ଟ୍ୱିଟର ଉତ୍ତର ଦେଇଛନ୍ତି । ଜାତୀୟ ରେଡିଓ ଟେଲିଭିଜନ୍ରେ ତୁରନ୍ତ ମୁସାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ହକମାଲଙ୍କ ଟ୍ୱିଟରେ ହୁଏତ ମୁସାଙ୍କ ଭାଗ୍ୟ ସୁଧୁରିପାରେ ।

ବିଶ୍ୱ ବ୍ୟାଙ୍କର ରିପୋର୍ଟ ମୁତାବକ, ଆଫଗାନିସ୍ତାନର ଆୟ ହ୍ରାସ ପାଇଛି । ୩୭ ପ୍ରତିଶତ ଆଫଗାନିସ୍ତାନ ଏବେ ସର୍ବସ୍ୱ ହରାଇ ଅସହାୟ ହୋଇପଡିଛନ୍ତି । ୩୩ ପ୍ରତିଶତ ଲୋକଙ୍କ ପାଖରେ ଖାଦ୍ୟ କିଣିବାକୁ ମଧ୍ୟ ସମ୍ବଳ ନଥିବା ଜଣାପଡିଛି ।