ପ୍ରେମରେ ବ୍ରେକ୍ ଅପ୍ ପରେ ଯୁବକର ଉନ୍ମତକାଣ୍ଡ । ଝିଅର ମାମୁ ଘର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି, ଝିଅକୁ ଡାକିବାକୁ କଲା ଦାବି । ସାଢ଼େ ୬ଘଂଟାର ଅପରେସନ୍ ପରେ ଶେଷରେ କାବୁ ହେଲା ବିକ୍ରମ ପଣ୍ଡା

482

କନକ ବ୍ୟୁରୋ: ବଲାଙ୍ଗିରରେ ଏମିିତି ଏକ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଘର ଭିତରେ ଥିଲା ବନ୍ଧୁକ ଧରିଥିବା ପ୍ରେମିକ । ତା କବଜାରେ ଥିଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ । ଆଉ ଘର ବାହାରେ ଏହି ଭଳି ଭିଡ ଜମିଥିଲା । ଘର ଭିତରେ ପ୍ରେମିକର ଦାବି ଥିଲା, ସେହି ବ୍ୟକ୍ତିଙ୍କ ଭାଣିଜୀଙ୍କୁ ଡକାଯାଉ ଏବଂ ସେ ସିଧା କଥା ହେବାକୁ ଚାହୁଁଛି ।

ପ୍ରଥମେ କେହି କିଛି ବୁଝି ପାରୁନଥିଲେ, କାହିଁକି ସେହି ଯୁବକ ବିକ୍ରମ ପଣ୍ଡା, ଏମିତି ଏକ ସାଂଘାତିକ କାଣ୍ଡ କରୁଛି । ତାପରେ ଜଣା ପଡୁଥିଲା ଯୁବକ ଜଣକ ଭୀମଭୋଇ ମେଡିକାଲ କଲେଜରେ କର୍ମଚାରୀ ଥିବା ଜଣେ ଯୁବତୀ ଙ୍କୁ ଭଲ ପାଉଥିଲା । କିନ୍ତୁ କିଛି ମାସ ଆଗରୁ ତାଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ଏବଂ ଯୁବତୀ ଜଣକ ଏହି ଯୁବକଙ୍କୁ ଭେଟିବାକୁ ମନା କରିଦେଇଥିଲେ । ବାସ୍ ଏହି ଘଟଣା ଏହି ଯୁବକକୁ ପାଗଳ କରିଦେଇଥିଲା ।

ପୋଲିସ ପ୍ରଥମେ ଘର ଭିତରେ ଥିବା ସ୍ୱାମୀ, ସ୍ତ୍ରୀ ଓ ପୁଅକୁ ଉଦ୍ଧାର କରିବା ପାଇଁ ଆରମ୍ଭ କରିଥିଲା ଉଦ୍ୟମ । ସଂଗ୍ରାମ ଘରେ ପଶି ପ୍ରଥମେ ଘରେ ଥିବା ଛୋଟ ପିଲାର ମୁଣ୍ଡରେ ବନ୍ଧୁକ ରଖି, ସେହି ଯୁବତୀଙ୍କୁ ଡାକିବା ପାଇଁ ବାଧ୍ୟ କରିଥିଲା । କୌଣସି ମତେ ଛୋଟ ପିଲାଟି ତା କବଜାରୁ ଖସି ଯାଇ ବାପା-ମାଆଙ୍କ ସହ ଘରର ଗୋଟିଏ ରୁମ ଭିତରେ ପଶି କବାଟ ବନ୍ଦ କରି ଦେଇଥିଲେ । ଏବଂ ଫୋନରେ ପାଖ ପଡୋଶୀ ଓ ପୋଲିସକୁ ଫୋନ୍ କରୁଥିଲେ । ହାତରେ ବନ୍ଧୁକ ଧରି ସଂଗ୍ରାମ ପଣ୍ଡା କବାଟ ଭାଙ୍ଗିବାକୁ ଉଦ୍ୟମ କରୁଥିଲା । କିନ୍ତୁ ସଫଳ ହୋଇପାରିନଥିଲା । ଏପଟେ ପୋଲିସ ଅନ୍ୟବାଟରେ ଝରକା ଭାଙ୍ଗି ୩ ଜଣଙ୍କୁ ଉଦ୍ଧାର କରିଥିଲା ।

ସାଢେ ୬ ଘଂଟାର ଉଦ୍ୟମ ପରେ ପୋଲିସ କବଜାକୁ ଆସିଥିଲା ଦୁବୃର୍ତ ସଂଗ୍ରାମ ପଣ୍ଡା । ପୁରା ପରିବାରକୁ ହାଇଜାକ୍ କରିନେଇଥିବା ସଂଗ୍ରାମ ପଣ୍ଡା ସହ ଗୋଟିଏ ପଟେ ପୋଲିସ କଥାବାର୍ତା ଉଦ୍ୟମ ଜାରି ରଖିଥିଲା , ପ୍ରଥମେ ପୋଲିସ, ତା ପରେ ତାହାର ମାଆ ଓ ଭାଇ ଏବଂ ପରେ କିଛି ସାଙ୍ଗଙ୍କୁ ମଧ୍ୟ ତାହା ସହିତ କଥା କରାଇ , ସଂଗ୍ରାମକୁ ବୁଝାଇବାକୁ ଉଦ୍ୟମ କରିଥିଲା ବଲାଙ୍ଗିର ପୋଲିସ । ଏହା ଭିତରେ ପଛ ପଟୁ କବାଟ ଭାଙ୍ଗି ପୋଲିସ ପଶି ଯାଇଥିଲା ଓ ଦୁବୃର୍ତକୁ କାବୁ କରି ନେଇଥିଲା ।