ଜାଡ଼ରେ ଥରୁଛି ସାରା ଓଡ଼ିଶା… ଆହୁରି ଦୁଇ ଦିନ ଥରାଇବ ଶୀତ

118

କନକ ବ୍ୟୁରୋ : ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଗକୁ ଆହୁରି ଦିନେ ଦୁଇ ଦିନ ରାଜ୍ୟରେ ଶୀତର ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୨୪ ତାରିଖ ପାଇଁ ଯେଉଁ ପୂର୍ବାନୁମାନ କରାଯାଇଛି, ତାହା ଅନୁସାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ଶୀତ ଲହରୀ ରହିବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।
ତେବେ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବ । ଏପରିକି ଆଗାମୀ ଦୁଇ ଦିନ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ବର୍ଷା ପରେ ଏବେ ଲୋକଙ୍କୁ ହନ୍ତସନ୍ତ କରୁଛି ଶୀତ । ପ୍ରବଳ ଶୀତରେ ଛୋଟ ପିଲା ଏବଂ ବୃଦ୍ଧ-ବୃଦ୍ଧାଙ୍କୁ ସତର୍କ ରହିବାକୁ କୁହାଯାଇଛି । ସକାଳ ହେଲେ ଲୋକେ ନିଆଁ ଲଗାଇ ନିଜକୁ ସେକି ହେଉଛନ୍ତି । କନ୍ଧମାଳ ଦାରିଙ୍ଗବାଡିରେ ତ ପ୍ରବଳ ଥଣ୍ଡା କାରଣରୁ ସକାଳୁ ସକାଳୁ ତୁଷାରପାତ ହେଉଥିବା ନଜର ଆସିଛି । ତେବେ ଆଉ ଦିନେ ଦୁଇ ଦିନ ପରେ ଶୀତର ପ୍ରକୋପ ଟିକେ କମିବ ବୋଲି ପୂର୍ବାନୁମାନ କରାଯାଇଛି