ଦଶରେ ଓମିକ୍ରନର ବଡ ଲମ୍ଫ । ୩୦୦ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା 

181

କନକ ବ୍ୟୁରୋ : ଦେଶରେ ଓମିକ୍ରନର ବଡ଼ ଲମ୍ଫ । ଦିନକରେ ଚିହ୍ନଟ ହେଲେ ରେକର୍ଡ ହେଲେ ୮୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ପାର କରିଛି । ଗତକାଲି ଗୋଟିଏ ଦିନରେ ତାମିଲନାଡୁରୁ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୨୩ଟି କେସ୍ ଆସିଛି । ସେହିପରି କର୍ଣ୍ଣାଟକରେ ୧୨, ଦିଲ୍ଲୀ ଓ ଗୁଜରାଟରୁ ୭ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଓଡ଼ିଶାରୁ ଗତକାଲି ଦୁଇଟି କେସ୍ ଆସିଛି । ଏବେ ମୋଟ୍ ୩୪୧ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୮ ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୪, ତେଲେଙ୍ଗାନାରେ ୩୮, ତାମିଲନାଡୁରେ ୩୪ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ହୋଇ ସାରିଲେଣି । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଭିନ୍ନ ରାଜ୍ୟ କଟକଣା ବଢାଇଛନ୍ତି । ଉତରପ୍ରଦେଶ ସରକାର ବଡ଼ ଦିନ ଓ ନୂଆ ବର୍ଷ ପାଳନରେ କୋଭିଡ୍ କଟକଣା ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତା ଓ ମାସ୍କ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶରେ ନାଇଟ୍ କର୍ଫ୍ୟୁ ଲଗାଯାଇଛି । ଓମିକ୍ରନ୍ ସଂକ୍ରମଣ ଚିହ୍ନଟ ହେବା ପରେ ମଧ୍ୟପ୍ରଦେଶରେ ପ୍ରଥମ ରାଜ୍ୟ ଭାବେ ନାଇଟ୍ କର୍ଫ୍ୟୁ ଲାଗୁ କରିଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତର ରହିବ । ବର୍ତମାନ ସୁଦ୍ଧା ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ କରୋନାର ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇସାରିଲାଣି ।