ବଢିଲା ଚିତ୍ରକୋଣ୍ଡା ଏସଡିପିଓଙ୍କ ଅଡୁଆ: କମ୍ପେ୍ଲନ କେସ ନେଇ କୋର୍ଟର ଦ୍ୱାରସ୍ତ ହେଲେ ଗ୍ରାମବାସୀ

256

କନକ ବ୍ୟୁରୋ: ବଢିଲା ଚିତ୍ରକୋଣ୍ଡା ଏସଡିପିଓଙ୍କ ଅଡୁଆ । କମ୍ପେ୍ଲନ କେସ୍ ନେଇ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ । ଆରଏସି ୧୩ ଗାଁରେ ଆଦିବାସୀଙ୍କୁ ଏସଡିପିଓଙ୍କ ଆକ୍ରମଣ ଅଭିଯୋଗ ଘଟଣାରେ ଗ୍ରାମବାସୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଦୌରାଜଜ ଓ ଏସଡିଜେଏମ୍ କୋର୍ଟରେ ଦାୟର ହୋଇଛି ମାମଲା । ପୃଥକ ଭାବେ ୪ ଜଣ ପୀଡିତା ଉଭୟ କୋର୍ଟରେ ମାମଲା ଦାୟର କରିଛନ୍ତି । ସିଆରପିସି ୨୦୦ ଅନୁଯାୟୀ କମ୍ପେ୍ଲନ କେସ୍ ଦାୟର ହୋଇଛି । ଜିଲ୍ଲା ଦୌରାଜଜ୍ ନିକଟରେ ଆଟ୍ରସିଟି, ଏସଡିଜିଏମ୍ କୋର୍ଟରେ ୫୦୬, ୩୨୩, ୩୫୪ ଆଇପିସିରେ ମାମଲା ଦାୟର ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ଗୋବିନ୍ଦ ପାତ୍ର ଏହି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି ୧୩ ଗାଁରେ ଗଞ୍ଜେଇ ଚଢାଉ କରିବାକୁ ଯାଇ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ବିଧାନସଭା ଶୂନ୍ୟ କାଳରେ ପ୍ରସଙ୍ଗ ଉଠାଇ ଥିଲେ ବିରୋଧୀ ।