କନକ ବ୍ୟୁରୋ : ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ଯୋଗ ଦେବା ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି -୨୦୨୨ ପରୀକ୍ଷା ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୧୮ ଲକ୍ଷ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଅଧିକ ଛାତ୍ର କିଛିଦିନ ହେବ ଏହି ପରୀକ୍ଷା ପାଇଁ ତାରିଖ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି । ଏନେଇ କିଛି ଛାତ୍ର ଛାତ୍ରୀ ଦିଲ୍ଲୀ ହାଇକୋର୍ଟରେ ବି ଆବେଦନ କରିଥିଲେ । ହେଲେ ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏଭଳି ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ । କେବଳ ଛାତ୍ର ବୋଲି ସେମାନଙ୍କୁ କ୍ଷମା କରିଦିଆଗଲା ନଚେତ ସେମାନଙ୍କ ଉପରେ ଜରିମାନା ଲଗାଯାଇଥାନ୍ତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି କି ନିଟ୍ ୟୁଜି ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ । ଜୁଲାଇ ୧୭ ତାରିଖ ରବିବାର ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେପଟେ ପରୀକ୍ଷାର ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଛାତ୍ର ଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଓ ଡ୍ରେସକୋର୍ଡ ଜାରୀ କରିଛନ୍ତି ।
Delhi High Court dismisses a petition filed by 15 medical aspirants seeking direction to the Centre, National Testing Agency (NTA) and others to postpone the National Eligibility cum Entrance Test-Undergraduate (NEET-UG) scheduled to be held on July 17. pic.twitter.com/AAbPcGFWLh
— ANI (@ANI) July 14, 2022
ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷାରେ ୧୮ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ଏଥିରେ ଏମବିବିଏସ, ବିଡିଏସ୍, ବିଏଏମଏସ, ବିୟୁଏମଏସ ଓ ବିଏଚଏମଏସ ପାଠ୍ୟକ୍ରମରେ ସାମିଲ ହେବା ପାଇଁ ପରୀକ୍ଷା ଦେବେ ।