ଠକଙ୍କ ଟାର୍ଗେଟରେ ଆଦିବାସୀ ବେକାରୀ ଯୁବକ-ଯୁବତୀ। ସରକାରୀ ଚାକିରି କରାଇ ଦେବାକୁ କହି ୨୧ ଲକ୍ଷ ଟଙ୍କା ଠକେଇ।

113

କନକ ବ୍ୟୁରୋ: ଚାକିରି ଦେବା ନାଁରେ ୨୧ ଲକ୍ଷ ଠକେଇ । ଅସଲି ୱେବସାଇଟ ଜରିଆରେ ଦିଆଯାଇଛି ନକଲି ନିଯୁକ୍ତିପତ୍ର । ଚାକିରିର ଆଶା ଦେଖାଇ କଳାକନା ବୁଲାଇଦେଲା ଠକ । ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି ଦେବାକୁ କହି ୨୧ ଲକ୍ଷ ଲୁଟି ନେଇଛି ଠକ । ଏପରି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି ମାଥିଲି ଅଂଚଳର ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । କିଏ ଜମି ବିକି ଟଙ୍କା ଦେଇଛି ତ ଆଉ କିଏ ରଣ କରି ଠକ ଜାଲରେ ପଡିଯାଇଛନ୍ତି । ଏନେଇ ଅଭିଯୋଗ ହେବା ପରେ ମାଥିଲି ପୁଲିସ ସଂପୃକ୍ତ ଠକକୁ ଠାବ କରିଛି ।

କଟକର ଏକ ରେଷ୍ଟୁରାଣ୍ଟରୁ ଠକ ଚିନ୍ମୟ ମହାପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଗତ ୨ ବର୍ଷ ତଳେ ମାଥିଲିରୁ କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ, ବିଏସ୍ଏସ୍ଓ, ଏସ୍ଆଇ, କିରାଣୀ ଏବଂ ଆଦର୍ଶ ଶିକ୍ଷୟିତ୍ରୀ ଚାକିରି କରାଇ ଦେବାକୁ କହି ୨୧ ଲକ୍ଷ ଟଙ୍କା ଠକି ନେଇଛି ବାଲେଶ୍ୱର ଗେଙ୍ଗୁଟି ଅଂଚଳର ଠକ ଚିନ୍ମୟ ମହାପାତ୍ର ।