ରୋମାଚଂକର ସ୍ଥିତିରେ ଆଇପିଏଲ ପ୍ଲେ ଅଫ୍ । ଶେଷ ସ୍ଥାନ ପାଇଁ ଶନିବାର ସିଏସକେ । ଆରସିବି ମଧ୍ୟରେ ଟକ୍କ୍ର । ବଡ଼ ବ୍ୟବଧାନରେ ଜିତିଲେ ପ୍ଲେ-ଅଫରେ ପ୍ରବେଶ କରିପାରେ ବେଙ୍ଗାଳୁରୁ ।

98

କନକବ୍ୟୁରୋ: ୨୦୨୪ ଆଇପିଏଲ ଲିଗ ପର୍ଯ୍ୟାୟରେ ଆଉ କିଛି ମ୍ୟାଚ ବାକିଥିବା ବେଳେ ତିନି ଟିମ୍ ଫାଇନାଲ ଖେଳିବା ପାଇଁ ପ୍ଲେ-ଅଫ୍ରେ ସେମାନଙ୍କ ସ୍ଥାନ ପକ୍କା କରିସାରିଛନ୍ତି । କୋଲକାତା, ରାଜସ୍ଥାନ, ହାଇଦ୍ରାବାଦ ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ସହ ପଏଂଟ ଟେବୁଲର ପଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନ ପାଇଁ ବେଙ୍ଗାଳୁର, ଚେନ୍ନାଇ ସହ ରେସରେ ଅଛି ଲକ୍ଷେ୍ମø । ତିନି ଟିମର ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ଚେନ୍ନାଇ ୧୪ ପଏଂଟ ପାଇଥିବା ବେଳେ ବେଙ୍ଗାଳୁର, ଲକ୍ଷେ୍ମø ୧୨ ପଏଂଟ ପାଇଛନ୍ତି ।

କିନ୍ତୁ ନେଟ ରନ ରେଟରେ ପଛରେ ରହିଥିବାରୁ ଲକ୍ଷେ୍ମøର ପ୍ଲେ-ଅଫ୍ ଯିବା ଆଶା କମ ରହିଛି ।
ଏହି ତିନି ଦଳ ମଧ୍ୟରୁ ଚେନ୍ନାଇର ଦୁଇ ପଏଂଟ ଅଧିକ ରହିଛି । ଯଦି ଶନିବାର ବେଙ୍ଗାଳୁର ବିପକ୍ଷ ମ୍ୟାଚରେ ସିଏସ୍କେ ବିଜୟୀ ହୁଏ ଅବା କଡା ଟକ୍କର କରି ହାରେ ତେବେ ଚେନ୍ନାଇ ପ୍ଲେ ଅଫରେ ରହିବ । ଆଉ ବେଙ୍ଗାଳୁର, ଲକ୍ଷେ୍ମø ପ୍ଲେ- ଅଫରୁ ବାଦ ପଡିବେ ।

କେମିତି ପ୍ଲେ-ଅଫ ଯିବ ଆରସିବି ?
ଆରସିବିର ରନ ରେଟ ସିଏସକେଠୁ କମ ଥିବାରୁ ବେଙ୍ଗାଳୁରୁକୁ ବଡ଼ ବ୍ୟବଧାନରେ ଜିତିବାବୁ ପଡିବ
ଯଦି ଆରସିବି ଆଗ ବ୍ୟାଟିଂ କରେ ତେବେ ୧୮ ରନ ବ୍ୟବଧାନରେ ଜିତିବାକୁ ହେବ ।
ଯଦି ବେଙ୍ଗାଳୁର ପଛେ ବ୍ୟାଟିଂ କରୁଛି ତେବେ ୧୧ ବଲ ପୂର୍ବରୁ ମ୍ୟାଚ ଜିତିବାକୁ ପଡିବ ।

କେମିତି ପ୍ଲେ-ଅଫକୁ ଯିବ ଏଲଏସଜି?
ଯଦି ଆରସିବି ସିଏସକେଠୁ କମ ବ୍ୟବଧାନ ବିଜୟୀ ହୁଏ ଏବଂ ଲକ୍ଷେ୍ମø ମୁମ୍ବାଇ ବିପକ୍ଷ ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହୁଏ ।

ପ୍ଲେ ଅଫରେ କୋଲକତା, ରାଜସ୍ଥାନ, ହାଇଦ୍ରାବାଦ ସ୍ଥାନ ପକ୍କା କରିଥିବାରୁ ଚେନ୍ନାଇ ଅବା ବେଙ୍ଗାଳୁର ଯିବାର ସୁଯୋଗ ଅଧିକ ରହିଛି । ଏପରି ସି୍ଥତିରେ ଫାଇନାଲ ମୁକାବିଲା ପାଇଁ ମେ ୨୧ ତାରିଖରେ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର ମ୍ୟାଚ କୋଲକତା ରାଜସ୍ଥାନ ମଧ୍ୟରେ ଖେଳାଯାଇପାରେ ।