ଉତ୍ତରପ୍ରଦେଶରେ ପାୱାର ସୋ’ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ । କହିଲେ ଇଣ୍ଡିଆ ମେଂଣ୍ଟ ସରକାର ଗଢିଲେ ରାମ ମନ୍ଦିରକୁ ଭାଙ୍ଗିଦେବେ ।

122

କନକବ୍ୟୁରୋ: ଉତରପ୍ରଦେଶରେ ପାୱାର ସୋ’ । ବାରବାଙ୍କିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ଜନସଭା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ମେଂଟକୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଇଣ୍ଡିଆ ମେଂଟ ସରକାର ଗଠନ ହେଲେ ରାମ ମନ୍ଦିରକୁ ବୁଲଡୋଜର୍ ଲଗାଇ ଭାଙ୍ଗିଦେବେ । କଂଗ୍ରେସ ନିଜ ଭୋଟ୍ ବ୍ୟାଙ୍କକୁ ସନ୍ତୁଷ୍ଟ କରିବାକୁ ଯାଇ କିଛି ବି କରିପାରେ ବୋଲି କହିଛନ୍ତି । ଏଥିସହ ରାଜ୍ୟରେ ପୁଣି ଥରେ ଡବଲ୍ ଇଞ୍ଜିନ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି ।