୨୦୨୨-୨୩ ପାଇଁ ସାଧାରଣ ବଜେଟ୍: ସେୟାର ମାର୍କେଟ ଉପରେ ପଡିନାହିଁ ବିଶେଷ ପ୍ରଭାବ

116

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ହେଲେ ସେୟାର ବଜାର ଉପରେ ବଜେଟ୍ କୌଣସି ଖାସ୍ ପ୍ରଭାବ ପଡିନାହିଁ । ସେୟାର ବଜାରରେ ଗତି ସାମାନ୍ୟ ଥିବା ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଶେଷ ହେବା ପରେ ସେୟାର ବଜାର ଉପରମୁହାଁ ରହିଥିବାବେଳେ, ପରେ ଏହା ଧିମେଇଯାଇଥିବା ଦେଖିବାକୁ ମିଳିଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪ର୍ଥ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ହେଲେ ଚଳିତବର୍ଷ ଅର୍ଥମନ୍ତ୍ରୀଙ୍କ ଏହି ବଜେଟ୍ ସେୟାର ବଜାର ଉପରେ କୌଣସି ବଡ ପ୍ରଭାବ ପକାଇ ନାହିଁ । ତେବେ ଆମେରିକା ଓ ଏଶିଆ ସେୟାର ବଜାର ତୁଳନାରେ ଭାରତର ସେୟାର ବଜାର ଗତିଶୀଳ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ସେୟାର ବଜାର ସକରାତ୍ମକ ରହିଛି ।

– ବିଏସଇ ସେନସେକ୍ସ ୧.୪୬% ଅର୍ଥାତ୍ ୮୪୮ ଅଙ୍କ ବୃଦ୍ଧି ସହ ୫୮,୮୬୨ରେ ବନ୍ଦ
– ଏନଏସଇ ନିଫ୍ଟି ୧.୩୭% ଅର୍ଥାତ ୨୩୭ ଅଙ୍କ ବୃ୍ଦ୍ଧି ସହ ୧୭,୫୭୬ରେ ବନ୍ଦ

ତେବେ ବଜେଟ୍ ଆଗତ ପରେ ପ୍ରାଥମିକ ପର୍ଯ୍ୟାୟରେ ସେନ୍ସେକ୍ସ ଓ ନିଫ୍ଟରେ ବଡଧରଣ ବୃଦ୍ଧି ଦେଖିବାକୁ ମିଳିଥିଲା । ହେଲେ ପରେ ଏହାର ଗତି ଧିମା ପଡିଯାଇଥିବା ଦେଖିବାକୁ ମିଳିଥିଲା । ସାଧାରଣ ବଜେଟ୍ ୨୦୨୨-୨୩ରେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ, କ୍ୟାପିଟାଲ ଗୁଡ୍ସ ଏବଂ ଇନଫ୍ରାଷ୍ଟ୍ରକଚର ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହାକୁ ନେଇ ସେୟାର ବଜାରରେ ମେଟାଲ, ଆଇଟି, ଏଫଏମସିଜି, ଏବଂ କ୍ୟାପିଟାଲ ଗୁଡ୍ସ କମ୍ପାନୀ ଗୁଡିକର ସେୟାରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

– ଟାଟା ଷ୍ଟିଲ ସେୟାର ୭.୫% ବୃଦ୍ଧି
– ସନ ଫାର୍ମା, ଇଣ୍ଡସଇଣ୍ଡ ବ୍ୟାଙ୍କ, ଲାରସେନ୍ ଆଣ୍ଡ ଟର୍ବୋ ଏବଂ ଅଲ୍ଟା ଟେକ୍ ସିମେଂଟ୍ର ସେୟାର ୬.୯୪% ବୃଦ୍ଧି

ସେପଟେ ଦେଶର ଅର୍ଥନୀତିକୁ ନଜରରେ ରଖି ଯେଉଁ ବଜେଟ୍ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି, ତାହା ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବ ବୋଲି ଆଶା ରଖିଛନ୍ତି ବଜାର ବିଶେଷଜ୍ଞ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ ଆଗତ ପରେ ସେୟାର ବଜାରରେ ସେଭଳି ଅସ୍ଥିରତା ଦେଖିବାକୁ ମିଳିନାହିଁ ।