ଶୁଣାଣି ବେଳେ ଆଇନ ଅନୁଯାୟୀ ପକ୍ଷ ରଖିବେ ରାଜ୍ୟ ସରକାର । ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ ନିଆଯିବ ପଦକ୍ଷେପ  : ୧୮ ତାରିଖର ଶୁଣାଣି ନେଇ ସ୍ପଷ୍ଟୀକରଣ ରଖିଲା ରାଜ୍ୟ ଆଇନ ବିଭାଗ

148

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣିବେଳେ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବେ । ଗଜପତି ମହାରାଜା ରଥଯାତ୍ରାକୁ ନେଇ ଯେଉଁ ଅନୁରୋଧ କରିଛନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇନଗତ ପଦକ୍ଷେପ ନେବେ । ଏଥିସହ, ୧୮ ତାରିଖର ଶୁଣାଣିବେଳେ କଣ ଘଟିିଥିଲା ସେ ନେଇ ସ୍ପଷ୍ଟିକରଣ ରଖିଛି ରାଜ୍ୟ ଆଇନ ବିଭାଗ । ଲକ୍ଷାଧିକ ଭକ୍ତ ସମାଗମ ନେଇ ଆପାତତଃ ଶୁଣାଣି ହୋଇଥିବା ନେଇ ଉଲେଖ କରାଯାଇଛି ।

ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାୟର ହୋଇଥିଲା, ସେଥିରେ ଦର୍ଶା ଯାଇଥିଲା ରଥଯାତ୍ରାବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ବର୍ତମାନର ପ୍ରଶ୍ନ ହେଉଛି , ରଥଯାତ୍ରା ହେବ କି ନାହିଁ? ଯଦି ରଥଯାତ୍ରା ହେବ କଟକଣା ସହ ହୋଇ ପାରିବ କି?  । ୧୮ ତାରିଖର ଶୁଣାଣିବେଳେ ଯେଉଁ ଦିଗକୁ ଗୁରୁତ୍ୱ ଦେଇଥିଲେ ସେଦିଟି ହେଉଛି ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟ ସରକାରଙ୍କ ମତ ହେଉଛି ପ୍ରାୟ ପାଂଚ ଲକ୍ଷ ପ୍ରବାସୀ ଓଡିଆ ଓଡିଶାକୁ ଫେରିଛନ୍ତି ।

ସେମାନଙ୍କ କ୍ୱାରେଂଟିନ ଅବଧି ଜୁନ୍ ମାସ ଶେଷ ସୁଦ୍ଧା ଶେଷ ହୋଇଯିବ । ଅପରପକ୍ଷରେ ଓଡିଶାରେ ପଂଚାୟତ ସ୍ତରରୁ ରଥଯାତ୍ରା ଆୟୋଜନ ହୁଏ । ହଜାର ହଜାର ରଥଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ ।  ଏଭଳି ସ୍ଥିତିରେ ମୌସୁମୀ ଆସୁଛି ଓ ସଂକ୍ରମଣର ଆଶଙ୍କା ବଢ଼ୁଛି । ଏଣୁ ଜନସମାବେଶ ବିପଦପୂର୍ଣ୍ଣ ହୋଇପାରେ ।