ପ୍ରହସନ ପାଲଟିଛି ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ । ମାସକୁ ଆସୁଛି ୨ ହଜାରରୁ ଅଧିକ ନମୂନା । କର୍ମଚାରୀ ଅଭାବରୁ ପଡିରହୁଛି ଅଧାରୁ ଅଧିକ

66

କନକ ବ୍ୟୁରୋ: ପ୍ରହସନ ପାଲଟିଛି ରାଜ୍ୟର ଫୋରେନସିକ ଲ୍ୟାବ । ଭିସେରା, ଫିଙ୍ଗରପ୍ରିଣ୍ଟ, ଡିଏନଏ ଓ ଡାଏଟମ ଟେଷ୍ଟ ଓ ହ୍ୟାଣ୍ଡରାଇଟିଂର ସାମ୍ପୁଲ ଟେଷ୍ଟ ପାଇଁ ଏସଏଫଏସଏଲ ବା ଷ୍ଟେଟ ଫରେନସିକ ସାଇନ୍ସ ଲାବୋରଟରୀକୁ ମାସକୁ ହଜାର ହଜାର ନମୁନା ଆସୁଛି । ହେଲେ ବର୍ଷ ବର୍ଷ ଧରି ରିପୋର୍ଟ ମିଳୁନାହିଁ । ଗୋଟିଏ ରିପୋର୍ଟର ପାଳି ପଡିଲା ବେଳକୁ କେଉଁଠି ତଦନ୍ତ ଫାଇଲ ବନ୍ଦ ହୋଇଯାଉଛି ତ ଆଉ କେଉଁଠି ତଥ୍ୟ ପ୍ରମାଣ ଅଭାବରୁ ଅପରାଧୀ ଖସିଯାଉଛି । ଏପରିକି ନିର୍ଦ୍ଦାରିତ ସମୟ ଭିତରେ ଚାର୍ଜସିଟ ଦେବାରେ ଅସମର୍ଥ ହେଉଛନ୍ତି ତଦନ୍ତକାରୀ ଅଧିକାରୀ ।

  • କୋମାରେ ରାଜ୍ୟ ଫରେନସିକ ଲ୍ୟାବ୍!
  • ରିପୋର୍ଟ ଆସୁନି, ଖସିଯାଉଛନ୍ତି ଅପରାଧୀ!

ମଡେଲ ସୌମ୍ୟ ମୃତ୍ୟୁ ଘଟଣା ଓ ଶ୍ୱେତା ସୁଇସାଇଡ ସସପେନ୍ସ । ଯେଉଁ ଖବର ଦିନେ ସାରା ରାଜ୍ୟରେ ଚହଳ ପକାଇଥିଲା ସେହି ଖବରର ଅପଡେଟ୍ ଏବେ କାହା ପାଖରେ ନାହିଁ । ପୁଲିସ ତଦନ୍ତ ଚାଲିଥିଲେ ବି ଫରେନସିକ ଲ୍ୟାବର ରିପୋର୍ଟ ନ ଆସିବାରୁ ତଦନ୍ତ ଅଧାରେ ଅଟକି ଯାଇଥିବା ଚର୍ଚ୍ଚା ହେଉଛି । କେବଳ ଏହି ଘଟଣା ନୁହେଁ ରାଜ୍ୟରୁ ଆସିଥିବା ହଜାର ହଜାର ରିପୋର୍ଟକୁ ଅପେକ୍ଷା କରିଛନ୍ତି ତଦନ୍ତକାରୀ ପୁଲିସ ଅଧିକାରୀ ।

ବିଶେଷକରି ଭିସେରା, ଫିଙ୍ଗରପ୍ରିଣ୍ଟ, ଡିଏନଏ ଓ ଡାଏଟମ ଟେଷ୍ଟ ଓ ହ୍ୟାଣ୍ଡରାଇଟିଂର ସାମ୍ପୁଲ ଟେଷ୍ଟ ପାଇଁ ଏସଏଫଏସଏଲ ବା ଷ୍ଟେଟ ଫରେନସିକ ସାଇନ୍ସ ଲାବୋରଟରୀକୁ ଆସୁଛି । ହେଲେ ବର୍ଷ ବର୍ଷ ଧରି ରିପୋର୍ଟ ମିଳୁନାହିଁ । ଗୋଟିଏ ରିପୋର୍ଟର ପାଳି ପଡିଲା ବେଳକୁ କେଉଁଠି ତଦନ୍ତ ଫାଇଲ ବନ୍ଦ ହୋଇଯାଉଛି ତ ଆଉ କେଉଁଠି ତଥ୍ୟ ପ୍ରମାଣ ଅଭାବରୁ ଅପରାଧୀ ଖସିଯାଉଛି । ଏପରିକି ନିର୍ଦ୍ଦାରିତ ସମୟ ଭିତରେ ଚାର୍ଜସିଟ ଦେବାରେ ଅସମର୍ଥ ହେଉଛନ୍ତି ତଦନ୍ତକାରୀ ଅଧିକାରୀ । ଲାଏ ଡଟେକ୍ସନ ୟୁନିଟରେ ବି ସେହି ସମାନ ଅବସ୍ଥା । ସାଇଣ୍ଟିଫିକ ଅଫିସର ନଥିବାରୁ କନଷ୍ଟେବଳଙ୍କ ହାତରେ ଫରେନସିକ ଟୁଲ ଧରାଯାଉଛି ଆଉ ତଦନ୍ତ ହେଉଛି ଦିଗହରା ।

ଦୟନୀୟ ସ୍ଥିତିରେ ଚାଲିଛି ଷ୍ଟେଟ ଫରେନସିକ ଲ୍ୟାବ । ଏଠାରେ ମୋଟ ୯ଟି ବିଭାଗ ରହିଛି ।

  • ମାସକୁ ସାରା ରାଜ୍ୟରୁ ଲ୍ୟାବକୁ ୨ ହଜାର ସାମ୍ପୁଲ ଆସୁଛି
  • ମାନବ ସମ୍ବଳ ଅଭାବରୁ ଅଧାରୁ ଅଧିକ ରିପୋର୍ଟ ମିଳୁନାହିଁ
  • ଦୁଇବର୍ଷ ଯାଏଁ ମିଳୁପାରୁନି ରିପୋର୍ଟ
  • ଷ୍ଟେଟଲ୍ୟାବରେ ନାହାନ୍ତି ସାଇଣ୍ଟିଫିକ ଅଫିସର

ସବୁଠାରୁ ବଡ କଥା ହେଲା, ଅଧିକାଂଶ ମାମଲାରେ ୨ ବର୍ଷ ପରେ ରିପୋର୍ଟ ମିଳିବା ବେଳକୁ ତଦନ୍ତକାରୀ ଅଫିସର ବଦଳି ହୋଇଯାଉଛନ୍ତି । ଦୋଷୀ ବିରୋଧରେ ପ୍ରମାଣ ଏକାଠି ବି କଷ୍ଟକର ହୋଇପଡୁଛି । ଲ୍ୟାବରେ ପଡିଥିବା ନମୁନା ବି ନଷ୍ଟ ହେବାର ସମ୍ଭାବନା ରହୁଛି । ଆଉ ଦୋଷୀ ଖସିଯିବା ବି ସହଜ ହେଉଛି ।

ଅନ୍ୟପଟେ ରାଜ୍ୟ ରାଜନୀତିକୁ ଦୋହଲାଇଦେଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବି ଏସଏଫଏସଲ ରିପୋର୍ଟକୁ ଅପେକ୍ଷା କରିଛି ଇଡି । ଯାହାର ବିଳମ୍ବ ଯୋଗୁଁ ଅର୍ଚ୍ଚନା ମାମଲା ବି ହାଲୁକା ହେବାକୁ ବସିଲାଣି । ଖଣ୍ଡଗିରି ଥାନା ପୁଲିସ ଜବତ କରିଥିବା ମୋବାଇଲ, ଲ୍ୟାପଟପ ଓ ଟ୍ୟାବଲଏଡ ଅର୍ଚ୍ଚନାଙ୍କ ଭାନୁମତି ପେଡି ଖୋଲିବ ବୋଲି ସନ୍ଦେହ କରାଯାଉଥିବାବେଳେ ଏସଏଫଏସଲ ଏ ଯାଏଁ କାହିଁକି ରିପୋର୍ଟ ଦେଇନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

  • କାହିଁକି ଠିକ ଭାବେ ଚାଲୁନି ଏସଏଫଏସଏଲ୍?
  • କର୍ମଚାରୀ ଅଭାବ ପୂରଣ ପାଇଁ କାହିଁକି ଗୁରୁତ୍ୱ ଦିଆଯାଉନି?