ଶୁଖିଲା ପଡ଼ିଛି ମହାନଦୀ । ପାଣି ଅଭାବରୁ ଚାଷ ଓ ଶିଳ୍ପ ପ୍ରଭାବିତ । ଆଇଓସିଏଲକୁ ପାଣି ଅଣ୍ଟୁନି, ଅନ୍ୟ ଶିଳ୍ପ ପାଇଁ ଆସିବ କେଉଁଠୁ?

54

କନକ ବ୍ୟୁରୋ: ଶୁଖିଲା ପଡିଛି ମହାନଦୀ । ଛତିଶଗଡ଼-ଓଡ଼ିଶା ଜଳ ବିବାଦ ଭିତରେ ଏବେ ମହାନଦୀରେ ପାଣି ପରିମାଣ କମିବାରେ ଲାଗିଛି । ମହାନଦୀରେ ପାଣି ନଥିବା ବେଳେ ଯୋବ୍ରା, ମୁଣ୍ଡଳୀ ଓ କାଠଯୋଡ଼ିର ନରାଜ ବ୍ୟାରେଜରେ ଯେତିକି ପାଣି ଅଛି, ସେତିକି ପାଣି ଶିଳ୍ପକୁ ଅଣ୍ଟୁ ନାହିଁ । ପାଣି ଅଭାବରୁ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଲକ୍ଷ ଲୋକ ମାତ୍ରାଧିକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି । ସେପଟେ ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲ ସଦସ୍ୟ ଅନୁଧ୍ୟାନ ଜାରି ରଖିଛନ୍ତି । ଟ୍ରିବୁନାଲ ସଦସ୍ୟ ପ୍ରଥମେ ଛତିଶଗଡ଼ରେ ଅନୁଧ୍ୟାନ ପରେ ୧୯ରେ ଓଡ଼ିଶା ଆସୁଛନ୍ତି ।

  • ଶୁଖିଲା ପଡ଼ିଛି ମହାନନଦୀ
  • ପାଣି ଅଭାବରୁ ଚାଷ ଓ ଶିଳ୍ପ ପ୍ରଭାବିତ

ଛତିଶଗଡ଼-ଓଡ଼ିଶା ଜଳ ବିବାଦ ଭିତରେ ଏବେ ମହାନଦୀରେ ପାଣି ପରିମାଣ କମିବାରେ ଲାଗିଛି । ମହାନଦୀର କିଛି ଅଂଶ ଓ ଏହାର ଶାଖା ନଦୀ ଅନେକ ଜାଗାରେ ଶୁଖିଲା ପଡ଼ିଛି । ଯୋବ୍ରା ଓ ନରାଜ ମୁଣ୍ଡଳୀ ତଳମୁଣ୍ଡରେ ନଈ ପାଣି କମ୍ ରହିଛି । ଚାଷ ଜମିତ ଦୂରର କଥା, ଗାଧୋଇବା ପାଇଁ ମଧ୍ୟ ପାଣି ନାହିଁ । ସେପଟେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀ ଜଳକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଲାଣି । ତାଳଦଣ୍ଡା କେନାଲ ଓ ପଟ୍ଟାମୁଣ୍ଡାଇ କେନାଲ ଶୁଖିଲା ପଡ଼ିଛି । ମହାନଦୀରେ ପାଣି ନଥିବାରୁ ଏଭଳି ସ୍ଥିତି ଉପୁଜିଛି ।

  • ଆଇଓସିଏଲକୁ ପାଣି ଅଣ୍ଟୁନି
  • ଅନ୍ୟ ଶିଳ୍ପ ପାଇଁ ଆସିବ କେଉଁଠୁ?

ମହାନଦୀରେ ପାଣି ନଥିବା ବେଳେ ଯୋବ୍ରା, ମୁଣ୍ଡଳୀ ଓ କାଠଯୋଡ଼ିର ନରାଜ ବ୍ୟାରେଜରେ ଯେତିକି ପାଣି ଅଛି, ସେତିକି ପାଣି ଶିଳ୍ପକୁ ଅଣ୍ଟୁ ନାହିଁ । ଏହି ଜଳ କେବଳ ପାରାଦୀପ ତୈଳ ବିଶୋଧନାଗାରକୁ ଯାଉଛି । ପାରାଦୀପରେ ଥିବା ୧୫ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ବିଶୋଧନାଗାରକୁ ବି ପାଣି ନିଅଣ୍ଟ ପଡ଼ିଲାଣି । ବିଶୋଧନାଗାର ଦୈନିକ ଶହେ ମିଲିୟନ ଲିଟର ଜଳ ଆବଶ୍ୟକ କରୁଥିବା ବେଳେ ଏଠାକୁ ଯୋବ୍ରାରେ ଗଛିତ ପାଣି ଯାଉଛି । ଏପରି ସ୍ଥିତିରେ ପାରାଦୀପରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ କମ୍ପେ୍ଲକ୍ସ ଓ ଜେଏସଡବ୍ଲୁ ପାଇଁ ପାଣି କେଉଁଠୁ ଆସିବ, ତାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ପାରାଦୀପର ଏରସମାରେ ପ୍ରସ୍ତାବିତ ବୃହତ ଇସ୍ପାତ କାରଖାନା ପାଇଁ ଦିନକୁ ୧ ହଜାର ମିଲିୟନ ଲିଟର ପାଣି ଆବଶ୍ୟକ ହେବ, ହେଲେ ଏହି ଜଳ କେଉଁଠୁ ଆସିବ?

ପାଣି ଅଭାବରୁ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଲକ୍ଷ ଲୋକ ମାତ୍ରାଧିକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲ ସଦସ୍ୟ ଅନୁଧ୍ୟାନ ଜାରି ରଖିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟ ପ୍ରଥମେ ଛତିଶଗଡ଼ରେ ଅନୁଧ୍ୟାନ ପରେ ୧୯ରେ ଓଡ଼ିଶା ଆସୁଛନ୍ତି ।