ପୁଣି ରେପୋ ରେଟ୍ ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆହୁରି ମହଙ୍ଗା ହେଲା ଘର, ଗାଡି ଋଣ।

99

କନକ ବ୍ୟୁରୋ: ପୁଣି ବଢିଲା ରେପୋ ରେଟ୍ । ଲଗାତାର ତିନି ଥର ରେପୋ ରେଟ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ମୁଦ୍ରାସ୍ଫିତି ଉପରେ ରହିଥିବା ବେଳେ ରେପୋ ରେଟ୍ ବଢିବା ଦ୍ୱାରା ଦରଦାମ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

୩୫ ପଏଂଟ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ଏବେ ୬ ଦଶମିକ୍ ୨୫ ପ୍ରତିଶତ ଛୁଇଁଛି ସୁଧ ହାର । ଏହା ଦ୍ୱାରା ଗୃହ, ଗାଡି ସହ ସବୁ କ୍ଷେତ୍ରରେ ସୁଧ ହାର ବୃଦ୍ଧିପାଇବ ବୋଲି କୁହାଯାଉଛି ।