ତାଳଚେର ମେଡିକାଲ କଲେଜ ଆରମ୍ଭ କରିବା ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟ ସରକାର ଓ ଏମସିଏଲର ଭାଗିଦାରୀରେ ଚାଲିବ କଲେଜ

116

କନକ ବ୍ୟୁରୋ: ତାଳଚେର ମେଡିକାଲ କଲେଜ ଆରମ୍ଭ କରିବା ପ୍ରସ୍ତାବକୁ ମଞ୍ଜୁରୀ । ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଓ ଏମସିଏଲର ଭାଗିଦାରୀରେ ଚାଲିବ ମେଡିକାଲ କଲେଜ । ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ବହନ କରିବ ଏମସିଏଲ । ସେହିପରି ରାଜ୍ୟ ସରକାର କଲେଜ ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱ ନେବେ । ମେଡିକାଲ କଲେଜରେ ପାଠ ପଢିବା ପାଇଁ ରହିବ ୧୦୦ ସିଟ୍ । ରୋଗୀ ସେବା ପାଇଁ ରହିବ ୫୦୦ ସିଟର ବ୍ୟବସ୍ଥା ।