ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା: ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶ
କନକ ବ୍ୟୁରୋ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ୟ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ସବୁ ସ୍ଥାନରେ ପର୍ୟ୍ୟଟନ ସହାୟକ ଭିତ୍ତିଭୂମି ପୂର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ୟ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ୟ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକଳ୍ପଗୁଡିକର ସଦ୍ୟତନ ସ୍ଥିତି ସମୀକ୍ଷାକରି ପୂର୍ତ୍ତବିଭାଗ ମାଧ୍ୟମରେ ସେଗୁଡିକର ତ୍ୱରିତ କାର୍ୟ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପୂର୍ତ୍ତ ବିଭାଗଙ୍କୁ କୁହାଯାଇଥିଲା । ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ୟ୍ୟଟନ ସଂପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସୁରେଶ ମହାପାତ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଷ୍ଟେକ୍-ହୋଲଡ୍ରମାନଙ୍କୁ ସାମିଲକରି ସ୍ଥାନୀୟ କମିଟି ଗଠନ କରାହେବ । ଏହି କାର୍ୟ୍ୟରେ ଯଥା ସମ୍ଭବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଆଧୁନିକ ପର୍ୟ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସଂପୃକ୍ତ ଅଂଚଳରେ ନୂତନ ଜିବୀକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ ।