ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର । ୭୧ ହଜାର ଜଣଙ୍କୁ ମିଳିବ ଚାକିରି

149

କନକ ବ୍ୟୁରୋ : ଦେଶର ବିକାଶରେ ନୂତନ ଶକ୍ତି ସଂଚାର ହେବ । ଦେଶରେ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ଉପଏବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରୟାସ କରୁଛନ୍ତି । ଯାହା ଫରେ ସେମାନଙ୍କୁ ନିଜ ପ୍ରତିଭାର ପ୍ରତିପାଦନ ପାଇଁ ସଠିକ୍ ମଂଚ ମିଳିପାରିବ । ଏନେଇ ଚାଲିଛି ନିଯୁକ୍ତି ମେଳା । ରୋଜଗାର ମେଳାରେ ବର୍ଷକରେ ୧୦ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରୁଛନ୍ତି । ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବିତରଣ କରାଯାଉଛି । ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି । ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି । ଖାସ୍ କରି ମହିଳା , ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀ ମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ । ଏହି ରୋଜଗାର ମେଳା ଅଧୀନରେ ୨୦୨୨ ଅକ୍ଟୋବରରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇସାରିଛି ।