ଥମୁନି ଦିଲ୍ଲୀ ରାଜନୀତି: ଅଧାରେ ଅଟକିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

324

କନକ ବ୍ୟୁରୋ: ଥମୁନି ଦିଲ୍ଲୀ ରାଜନୀତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର । ଫଳରେ ରାଜଧାନୀ ଦିଲ୍ଲୀରେ ଏଣିକି ରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିବ । ନିକଟରେ ସୁପ୍ରିମକୋର୍ଟ ମାମଲାର ବିଚାର କରି ପ୍ରଶାସନିକ ଅଧିକାରୀ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି । ଏଣିକି ପୁର୍ବଭଳୀ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଅଧିକାର ରାଜ୍ୟପାଳଙ୍କ ହାତରେ ରହିବ । ଅଧ୍ୟାଦେଶ ସହ କେନ୍ଦ୍ର ସରକାର ‘ଜାତୀୟ ରାଜଧାନୀ ସେବା କର୍ତୁପକ୍ଷ ଗଠନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପରେ ସୁପ୍ରିମକୋର୍ଟଙ୍କ ରାୟ ଅଚଳ ହୋଇପଡିଛି । କେବଳ ଜମି, ସାଧାରଣ ବ୍ୟବସ୍ଥା ଓ ପୁଲିସ ବ୍ୟତୀତ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କ କର୍ତୁତ୍ୱ ରହିବ । ସୁପ୍ରିମକୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ ଝଟକା ଦେଇôଥଲା । ତେଣୁ ଅଧ୍ୟାଦେଶ ମାଧ୍ୟମରେ ଏଥିରେ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର ।