ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଗଣିବେ ତଣ୍ଡ

289

କନକ ବ୍ୟୁରୋ: ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜୁନ୍ ୨୩ରୁ ଜୋରଦାର ହେବ ଗାଡ଼ି ଯାଂଚ । ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ । ଏକ ପ୍ରେସ ନୋଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ସଡ଼କ ସୁରକ୍ଷା ପରିବହନ କମିଶନର ଲାଲମୋହନ ସେଠୀ ।

ଚଳିତବର୍ଷ ଫେବୃୟାରୀ ୨୮ ତାରିଖ ସୁଦ୍ଧା ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପାଇଁ ସମୟ ସୀମା ଧାଯ୍ୟ କରାଯାଇଥିଲା । ଏହା ସତ୍ୱେ ଏବେ ବି ଅନେକ ଗାଡ଼ି ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଥିବା ଗାଡ଼ି ଚଳାଉଛନ୍ତି ।