ବଦଳିଛି ମାଷ୍ଟର କ୍ୟାଣ୍ଟିନର ରୂପରେଖ । ଘୋଡା ପ୍ରତିମୂର୍ତ୍ତିର ବି ହୋଇଛି ନବକଳେବର

189

କନକ ବ୍ୟୁରୋ : ଭୁବନେଶ୍ୱର ମାଷ୍ଟର କାଂଟିନର ରୂପରେଖ ବଦଳିଛି । ଯେଉଁ ଘୋଡ଼ା ପ୍ରତିମୂର୍ତିକୁ ନେଇ ବିବାଦ ହୋଇଥିଲା. ତା’ର ମଧ୍ୟ ନବକଳେବର ହୋଇଛି । ମରାମତି କରାଯାଇ ସୁଦୃଶ୍ୟ କରାଯାଇଛି । ପୂର୍ବର ଚିତ୍ର ଏବଂ ପରର ଚିତ୍ର ଦେଖିଲେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟାଇବା ପାଇଁ ଯୋଜନା କରାଯାଇଥିଲା । ହେଲେ ବହୁ ବାଦବିବାଦ ଓ ବିଭିନ୍ନ ସଙ୍ଗଠନର ଦୃଢ ପ୍ରତିବାଦ ପରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ ।
ଡିଜାଇନ୍ ପରିବର୍ତନ ହେବ କିନ୍ତୁ ଘୋଡ଼ାର ସ୍ଥାନ ପରିବର୍ତନ ହେବ ନାହିଁ ବୋଲି କହିଥିଲେ । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡା ନହଟାଇବା ପାଇଁ ନିଷ୍ପତି ହୋଇଥିଲା । ଓଡ଼ିଶାର ଅସ୍ମିତା ସହ ଏହି ଘୋଡା ଯୋଡି ହୋଇଯାଇଥିବାରୁ ଏହାକୁ ଆକର୍ଷଣୀୟ ଡିଜାଇନ୍ କରାଯିବା ସହ ଯେପରି ଏହା ଓଡ଼ିଶାର ଏକ ସ୍ମାରକୀ ଭଳି ପ୍ରତିଫଳିତ ହେବ, ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।