ମାନସିକ ରଖି ମନ୍ଦିରରେ ଅଧିଆ ପଡିଥିବା ବେଳେ ଅଘଟଣ: ଦୀପରୁ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ କୂଅକୁ ଡେଇଁପଡିଲେ ମହିଳା

489

କନକ ବ୍ୟୁରୋ: ମାନସିକ କରି ମନ୍ଦିରରେ ଅଧିଆ ପଡିଥିଲେ ମହିଳା, ହେଲେ ଦୀପ ନିଆଁରେ ପୋଡ଼ି ହୋଇ ଚାଲିଗଲା ଜୀବନ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଗେରେଡ଼ା ଗାଁରେ ଏମିତି ଏକ ଅଘଟଣ ଘଟିଛି । ଦୀପରୁ ନିଆଁ ଲାଗିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗେରେଡା ଗାଁର ରମେଶ ନାଏକଙ୍କ ଝିଅ ମାଳତୀ ନାଏକ । ମାଳତୀ ୪ ଦିନ ପୂର୍ବରୁ ବାପଘରକୁ ବୁଲିବାକୁ ଆସିଥିଲେ । ଗତକାଲି ସେ ଗାଁ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ମାନସିକ ରଖି ମନ୍ଦିରରେ ଅଧିଆ ପଡିଥିଲେ । ସେହି ସମୟରେ ଦୀପର ନିଆଁ ତାଙ୍କ ଲୁଗାରେ ଲାଗି ଯାଇଥିଲା । ନିଆଁ ଲାଗିବାରୁ ଜୀବନ ରକ୍ଷା କରିବାକୁ ଯାଇ ମନ୍ଦିର ପାଖରେ ଥିବା ଏକ କୂଅକୁ ଡେଇଁଥିଲେ ମାଳତୀ । ସେ କୁଅରେ ପଡି ଚିକ୍ରାର କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଗୁରୁତର ମାଳତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । ହସ୍ପିଟାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଗତକାଲି ଏଭଳି ଏକ ଅଘଟଣା ଘଟିଛି । ମନ୍ଦିରରେ ଅଧିଆ ପଡିଥିବା ବେଳେ ଦୀପ ନିଆଁର ସଂସ୍ପର୍ଷରେ ଆସି ମହିଳାଙ୍କ ଜୀବନ ଚାଲିଯାଇଛି ।