ନୟାଗଡ଼ ଚାନ୍ଦପୁର ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ: ଚଢ଼ାଉ କରିବାକୁ ଯାଇଥିବା ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

95

କନକ ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ଅଂଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ । ତହସିଲ ଏନ୍ଫୋର୍ସମେଂଟ ଟିମ୍କୁ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନ୍ଫୋର୍ସମେଂଟ ଟିମ୍ ପକ୍ଷରୁ ଚାନ୍ଦପୁର ଥାନା ପଟିଆ ପଂଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢାଉ କରାଯାଇଥିଲା । ଖଣି ମାଫିଆମାନେ ଗାଡି ଚଢାଇ ଏନ୍ଫୋର୍ସମେଂଟ କର୍ମଚାରୀଙ୍କୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅଳ୍ପକେ ବର୍ତିଯାଇଛନ୍ତି କର୍ମଚାରୀ ସୁଦାମ ଚରଣ ବେହେରା । ଅତିରକ୍ତ ତହସିଲଦାର ଅବିନାଶ କୁମାରଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢାଉ କରିଥିଲେ । ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।