ଉମରକୋଟ୍ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ହତ୍ୟାକାରୀ: ପୁଲିସକୁ କହିଲା କେମିତି ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା

122

କନକ ବ୍ୟୁରୋ: ହତ୍ୟାକାଣ୍ଡର ଡେମୋ ଦେଖାଇଲେ ହତ୍ୟାକାରୀ । କେମିତି ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା । କେଉଁଠି ଫୋପାଡି ଥିଲେ ହତ୍ୟାରେ ବ୍ୟବହୃର ଟାଙ୍ଗିଆ । ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିୟଏସନ କରିଛି ପୁଲିସ । ନବରଙ୍ଗପୁର ଜିଲ୍ଲାର ଉମରକୋଟ୍ରେ ଗୁଣି ଗାରେଡି ସନ୍ଦେହରୁ ଜଣଙ୍କୁ ହତ୍ୟା କରାଯାଇଛି । ୪ ଜଣ ଅଭିଯୁକ୍ତ ହତ୍ୟା କରିବା ପରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆଜି ଉମରକୋଟ ପୁଲିସ, ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିୟସନ କରିଛି ।

ଅଭିଯୁକ୍ତମାନେ କେମିତି ସୋମନାଥ ପୂଜାରୀଙ୍କୁ ହତ୍ୟା କରିଥିଲେ, ତାର ଡେମୋ ଦେଖାଇଛନ୍ତି । ନବରଙ୍ଗପୁରରୁ ଆସିଥିବା ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୂନା ସଂଗ୍ରହ କରିବା ସହ ଆଉ ଏକ ଟାଙ୍ଗିଆ ଓ ମୃତକଙ୍କ ସ୍ତ୍ରୀଙ୍କ ଭଙ୍ଗା ଚୁଡି ଓ ଚପଲ ଜବତ କରିଛି । ଅଭିଯୁକ୍ତମାନେ ସୋମନାଥଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଆକ୍ରମଣ କରିଥିବା ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି । ତେବେ ସୋମନାଥ କୌଣସି ଗୁଣିଗାରେଡି ଜାଣିନାହାନ୍ତି । ଅନ୍ୟ ଉଦେଶ୍ୟରଖି ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ମୃତକଙ୍କ ଝିଅ ଦାବି କରିଛନ୍ତି ।