ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ମନରେଗା ହିତାଧିକାରୀଙ୍କୁ ମଜୁରୀ ଦେବା ପାଇଁ ଦାବି ।

111

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ମିଳିପାରୁନି । ତେଣୁ ସେମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତା ସହିତ ଏହାର ଲାଭ କିପରି ପ୍ରତ୍ୟେକ ହିତାଧିକାରୀ ପାଇପାରିବେ ସେନେଇ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଏହି ସୁବିଧା କିଛି ହିତାଧିକାରୀଙ୍କୁ ମିଳିପାରୁନି । ସେମାନଙ୍କୁ ସଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନି । ତେଣୁ ଏହି ପ୍ରାପ୍ୟକୁ ସଠିକ୍ ସମୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ।