ଦେଶରେ ଓମିକ୍ରନ୍ ଆକ୍ରାନ୍ତ: କଟକଣା ଲଗାଇଲେ କର୍ଣ୍ଣାଟକ ସରକାର, ପ୍ରଥମ ରାଜ୍ୟ ଭାବେ ବନ୍ଦ କଲେ ନୂଆବର୍ଷ ପାଳନ

176

କନକ ବ୍ୟୁରୋ: ଓମିକ୍ରନ ଆତଙ୍କ ଭିତରେ କର୍ଣ୍ଣାଟକରେ ନୂଆ କଟକଣା । ରାଜ୍ୟରେ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଇଲେ ବସବରାଜ ସରକାର । ରାଜ୍ୟରେ ଡିସେମ୍ବର ୩୦ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ପାର୍ଟି, ଫଙ୍କସନ, ସମୂହ ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି । କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଁଚିବା ପରେ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ରାଜ୍ୟ ଭାବେ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଇଛି କର୍ଣ୍ଣାଟକ ।