କାଲିଠୁ କଟକର ଐତିହାସିକ ବାଲିଯାତ୍ରା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସର ସ୍ପେଶାଲ ପ୍ଲାନ୍ ।

193

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉକ୍ରଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ । ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ ।