ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ପୂର୍ବତନ କୁଳପତି ଓ ପ୍ରଧ୍ୟାପକ ।

159

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ଅଭିଯୋଗରେ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଛନ୍ତି ପୂର୍ବତନ କୁଳପତି ଓ ପ୍ରଧ୍ୟାପକ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦କୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିଲେ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ବିନାୟକ ରଥଙ୍କ ଅଧ୍ୟକ୍ଷତାରେ ସାତ ଜଣ ପୂର୍ବତନ ପ୍ରଧ୍ୟାପକ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ଅଭିଯୋଗରେ ରାଜ୍ୟପାଳଙ୍କ ନିକଟରେ ଗୁହାରି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦କୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିଲେ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ବିନାୟକ ରଥଙ୍କ ଅଧ୍ୟକ୍ଷତାରେ ସାତ ଜଣ ପୂର୍ବତନ ପ୍ରଧ୍ୟାପକ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏପଟେ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ବି ନିଯୁକ୍ତି ପ୍ରକ୍ରିୟାରୁ ଯଦି ରାଜ୍ୟ ସରକାର ଏବଂ ଓପିଏସସି ନିବୃତ ନ ରୁହନ୍ତି, ତେବେ ଅଦାଲତ ଅବମାନନା ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ମୁଖ୍ୟ ପିଟିସନର ପ୍ରଫେସର ଅଜିତ ମହାନ୍ତି  ।

ଗତ ୨୦ ତାରିଖରେ ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ନେଇ ୟୁଜିସି ପକ୍ଷରୁ କୁହାଯାଇଥିଲା । ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସିକୁ ଚିଠି ଲେଖି ୟୁଜିସି ପକ୍ଷରୁ କୁହାଯାଇଛି ଯେ ମେ’ ୨୩ ତାରିଖରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଂଟ ପ୍ରଫେସର ନିଯୁକ୍ତିର ଫଳାଫଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୪ ତାରିଖରେ ବାଣିଜ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ପଦ ପାଇର୍ ଡକ୍ୟୁମେଂଟ ଭେରିଫିକେସନ ବିଜ୍ଞପ୍ତି ବାହାରିଛି । ତେଣୁ ଓପିଏସ୍ସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲଂଘନ କରୁଛି । ଏପରି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ, ନଚେତ୍ ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରିଛି ୟୁଜିସି ।

ତେବେ ଆସନ୍ତୁ ନଜର ପକାଇବା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ରେ କଣ ନିୟମ ରହୁଛି ଯାହାକୁ ନେଇ ବିରୋଧ କରାଯାଉଛି…

  • ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଭୂମିକା ରହିବ
  • ପ୍ରଫେସର, ଅତିରିକ୍ତ ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତି କରିବ ଓଡ଼ିଶା ପବ୍ଲିକ ସର୍ଭିସ କମିସନ
  • ଅଧ୍ୟାପକ ଏବଂ ଅନ୍ୟ ଏକାଡେମିକ୍ ଷ୍ଟାଫ୍ଙଙ୍କ ଯୋଗ୍ୟତା ସ୍ଥିର କରିବା ଏବଂ ନିଯୁକ୍ତି ପାଇଁ ପରୀକ୍ଷା କରିବା ଦାୟିତ୍ୱରେ ରହିବ ଓପିଏସସି
  • ଅନ୍ୟ କର୍ମଚାରୀ ନିଯୁକ୍ତି କରିବ ଷ୍ଟାପ୍ ସିଲେକସନ୍ ବୋର୍ଡ

ଏହି ସଂଶୋଧିତ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ସୁପ୍ରିମକୋର୍ଟ ଏହା ଉପରେ ୩ ମାସର ରହିତାଦେଶ ଦେବା ସହ ୮ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।