ବୌଦ୍ଧରେ ବେହାଲ କଲାଣି ମହାନଦୀର ବନ୍ୟାଜଳ, ହରଭଙ୍ଗାରେ ବନ୍ୟା ପାଣି ଘରରେ ଥିବା ଲୋକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।

82

କନକ ବ୍ୟୁରୋ: ବନ୍ୟା ସମୟରେ ପାଣି ଘେରରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ପାଣି ଘେରରେ ଫସିିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ବନ୍ୟା ପାଣି ଘରର ଗୋଟିଏ ମହଲା ପର୍ଯ୍ୟନ୍ତ ବୁଡ଼ି ରହିଛିା ଫଳରେ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ପାୱାର ବୋଟ୍ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ମହାନଦୀରେ ବନ୍ୟା ଆସିବା ପରେ ଚାରିଆଡ଼େ ଜଳମଗ୍ନ ସ୍ଥିତି ଦେଖାଦେଇଛି । ଗତକାଲି ଠାରୁ ଲୋକେ ପାଣିରେ ଫଶି ରହିଥିବା ସୂଚନା ମିଳିଛି ।

ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ ବନ୍ୟାଜଳ । ବିପଦ ସଂକେତ ୮୭ ଦଶମିିକ ୮୦ ମିଟର ଥିବା ବେଳେ ଏବେ ୮୯ ମିଟର ଉପରେ ବହୁଛି ବନ୍ୟାପାଣି । ଫଳରେ ଜିଲ୍ଲାର ୭୦ରୁ ଅଧିକ ଗାଁ ଜଳମଗ୍ନ ହୋଇ ରହିଛି । ବୌଦ୍ଧ ସହରର ଏକ ନମ୍ବର ୱାର୍ଡରେ ଘରେ ଘରେ ପାଣି ପଶିଯାଇଛି । ରେଭିନ୍ୟୁ କଲୋନୀ ନୂଆସାହିରେ ଏବେ ବନ୍ୟାଜଳ ଲହଡି ଭାଙ୍ଗୁଛି । ଘରେ ପାଣି ପଶିବା ସହ ସବୁ ସାମଗ୍ରୀ ଓଦା ହୋଇଯାଇଛି । ଫଳରେ ଲୋକେ ଘରେ ତାଲା ପକାଇ ଅନ୍ୟତ୍ର ଚାଲିଯାଇଛନ୍ତି । ଆଉ ଯେଉଁମାନେ ଆସବାବପତ୍ର ଛାଡିଯାଇନାହାନ୍ତି, ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦିନ ହେବ ଘରେ ରୋଷେଇବାସ ହୋଇନାହିାଁ ଏବେ ସବୁଆଡେ ଖାଲି ପାଣି ଆଉ ପାଣି । ଘରେ ରହିବାକୁ ଭୟ ଲାଗୁଥିଲେ ବି ଅନେକ ଲୋକ ପାଣି ଘେରରେ ରହିଛନ୍ତି ।