ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ସତର୍କ ହେଲା ଗଣଶିକ୍ଷା ବିଭାଗ, ପୁରୀ ଜିଲ୍ଲାରେ ଆଉ ଦୁଇଦିନ ସ୍କୁଲ ବନ୍ଦ । 

309

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ଆଉ ୨ଦିନ ସ୍କୁଲ ବନ୍ଦ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ପୁଣି ଆଉ ଏକ ଲଘୁଚାପ କେନ୍ଦ୍ରୀଭୂତ ହୋଇଥିବା କାରଣରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।