ପ୍ରଚାର ବେଳେ ସୁନ୍ଦରଗଡ ବିଧାୟିକା ହଟହଟା । କୁସୁମ ଟେଟେଙ୍କୁ ୫ ବର୍ଷର ହିସାବ ଲୋଡିଲେ ଜନତା ।

1,722

କନକ ବ୍ୟୁରୋ: ପ୍ରଚାର ବେଳେ ହଟହଟା ହେଲେ ସୁନ୍ଦରଗଡ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ । ଭୋଟର ନିଜ ସମସ୍ୟା ଜଣାଇବା ସହ ବିଧାୟିକାଙ୍କଠୁ ଉତ୍ତର ଲୋଡିଛନ୍ତି । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇଯାଇ କୁସୁମ ଟେଟେ ଭୋଟରଙ୍କ ଉପରେ ବର୍ଷିଥିଲେ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲିରେ ପ୍ରଚାର ଚାଲିଥିଲା । ଗାଁରେ ପହଞ୍ଚିି ନିଜ ସମର୍ଥନରେ ଭୋଟ୍ ଭିକ୍ଷା କରୁଥିଲେ ବିଧାୟିକା । ଏହି ସମୟରେ ବିଧାୟିକା ୫ ବର୍ଷରେ କଣ କରିଛନ୍ତି ବୋଲି ଜଣେ ଯୁବକ ଜବାବ ମାଗିଥିଲେ । ବିଧାୟିକା କହିଥଲେ କୀର୍ତନ ମଣ୍ଡପ, କଲ୍ୟାଣ ମଣ୍ଡପ ତିଆରି ହୋଇଛି । କିନ୍ତୁ ଯୁବକ ଜଣଙ୍କ ବିଧାୟିକାଙ୍କ କଥାକୁ କାଟିଥିଲେ । ଏହାପରେ ବିଧାୟିକା ରାଗିଯାଇଥିଲେ ।