ସଙ୍କଟରେ ଗଜରାଜ । ବିଭିନ୍ନ କାରଣ ଯୋଗୁ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା ।

79

କନକ ବ୍ୟୁରୋ: ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଭିନ ଭିନ୍ନ କାରଣ ନେଇ ମରୁଛନ୍ତି ହାତୀ । କେତେବେଳେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଉଛି ତ, ଆଉ କେତେବେଳେ ବିଦ୍ୟୁତ ଆଘାତରୁ ହାତୀ ମୃତ୍ୟୁ ହେଉଛି । ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଏବେ ୨ ମାସରେ ଗଲାଣି ୧୨ଟି ହାତୀର ଜୀବନ । ପ୍ରାୟ ହାତୀଙ୍କୁ ଦାନ୍ତ ପାଇଁ ଶିକାର କରାଯାଉଥିବା ବେଳେ କିଛି ବିଦ୍ୟୁତ ଆଘାତ ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି । ବିଦ୍ୟୁତ ଆଘାତ ଯୋଗୁ ପ୍ରାୟ ହାତୀଙ୍କ ମୃତ୍ୟୁ ହେଉଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସରକାର ।

ସେହିଭଳି କେନ୍ଦୁଝର ବନଖଣ୍ଡର ବିଭିନ୍ନ ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗିତିବିଧି ପରଖାଯାଇଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ନୂତନ ଭାବେ ଥର୍ମାଲ ଡ୍ରୋନ ବ୍ୟବହାର କରୁଛି ବନବିଭାଗ । ଆଉ ରାତିରେ ହାତୀ ପଲ ଚଳପ୍ରଚଳ କରୁଥିବା ଦୃଶ୍ୟ ଡ୍ରୋନ କ୍ୟାମେରାରେ କଏଦ ହୋଇଛି । କେନ୍ଦୁଝର ଡିଏଫଓଙ୍କ ସୂଚନା ଅନୁସାରେ ହାତୀ ପଲର ଗତିପଥ ଯାଞ୍ଚ ସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଥର୍ମାଲ ଡ୍ରୋନ ବ୍ୟବହାର କରୁଛି ବନବିଭାଗ । ଫଳରେ ହାତୀଙ୍କ ଗତିବିଧି ଜାଣି ଆଗୁଆ ପଦକ୍ଷେପ ଗ୍ରହଣ କରି ଅଘଟଣକୁ ଏଡାଯାଇ ପାରିବ ।